Breaking News

ସତ୍ୟବାଦୀରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସାକ୍ଷୀଗୋପାଳ ----- ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରଗୋବିନ୍ଦପୁର ସ୍ଥିତ ଗ୍ରାମ୍ୟ କୃଷି ବିକାଶ ପରିଷଦ ପରିସରରେ ଭାରତ ସରକାର ମହିଳା ବିକାଶ ଖାଦ୍ୟ ପୁଷ୍ଠି ସମ୍ପସାରଣ କେନ୍ଦ୍ର, ସତ୍ୟନଗର, ଭୁବନେଶ୍ୱରଙ୍କ ସହାୟତାରେ ଅନ୍ତ ର୍ଜାତୀୟ ମହିଳା ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ଏହି ଅବସରରେ  ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ କରାଯିବା ପରେ ଅନୁଷ୍ଠାନ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟର୍ପଣ, ଦୂପ ଓ ଦୀପ ପ୍ରଦାନ କରାଯାଇଥିଲା  । ଏହି ଅବସରରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରା ଯୋଗଦେଇ ମହିଳା ମାନଙ୍କର ଉନ୍ନତି ହେଲେ ରାଜ୍ୟ ଉନ୍ନତି ହେବ ବୋଲି କହିଥିଲେ  ।  ଗ୍ରାମ୍ୟ କୃଷି ବିକାଶ ପରିଷଦର ସାଧାରଣ ସମ୍ପାଦକ ପ୍ରତାପ ପାହନ୍ତାସିଂ ଅତିଥି ପରିଚୟ ଓ କାର୍ଯ୍ୟକ୍ରମ ସମ୍ପକରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ  । ସାମ୍ବାଦିକ କିଶୋର ମହାପାତ୍ର  ସଭାରେ ସଭାପତିତ୍ୱ କରିଥିଲେ  । ଭାରତ ସରକାର ମହିଳା ବିକାଶ ଖାଦ୍ୟ ପୁଷ୍ଟି ସମ୍ପସାରଣ କେନ୍ଦ୍ରର ଟ୍ରେନର ମନୋଜ ବାରିକ , ସତ୍ୟବାଦୀ ମହିଳା ଶିଶୁ ବିକାଶ ପ୍ରକଳ୍ପର ସୁପରଭାଇଜର ମିତା ନାଗ, ବବିତା ସ୍ୱାଇଁ, ମଧୁସ୍ମିତା ଦଳାଇ ଓ କଳ୍ପନା ମହାପାତ୍ର ପ୍ରମୁଖ ଯୋଗଦେଇ ମହିଳା ମାନଙ୍କର ଉନ୍ନତି ଦେଶର ଉନ୍ନତି ବୋଲି ମତ ପ୍ରକାଶ କରିଥିଲେ  । ଏହି ଅବସରରେ ଏକ ପୁଷ୍ଟିସାର ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା  । ସେହିପରି ଭାରତ ସରକାର ମହିଳା ବିକାଶ ଖାଦ୍ୟ ପୁଷ୍ଟି ସମ୍ପସାରଣ କେନ୍ଦ୍ର ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ରର ଶିଶୁ ମାନଙ୍କୁ ନେଇ ଚିତ୍ରାଙ୍କନ , ବିଭିନ୍ନ ମହିଳା ଗୋଷ୍ଠୀ ମାନଙ୍କୁ ନେଇ କୁଇଜ, ପୁଷ୍ଟିସାର ସମ୍ପର୍କରେ ଲିଖନ ପ୍ରତି ଯୋଗିତା କରାଯାଇଥିଲା  । ଏହି କାର୍ଯ୍ୟକ୍ରମକୁ ସୁପରଭାଇଜର କଳ୍ପନା ମହାପାତ୍ର ପରିଚାଳନା କରିଥିବା ବେଳେ ତାଙ୍କୁ ସହଯୋଗ କରିଥିଲେ କୋଟିଓ ଅଜିଜ, ଶୁଭଙ୍କର ପାଳ ଗ୍ରାମ୍ୟ କୃଷି ବିକାଶ ପରିଷଦର କୋଷାଧ୍ୟକ୍ଷା ସଂଯୁକ୍ତା ପାହାନ୍ତସିଂ  । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ମହିଳା ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, କିଶୋରି ବାଳିକା ପ୍ରାୟ ଦୁଇଶହରୁ ଅଧିକ ଯୋଗଦେଇଥିଲେ  । ଶେଷରେ ସାମ୍ବାଦିକ ଧୀରେନ୍ଦ୍ର ସେନାପତି ଧନ୍ୟବାଦ ଦେଇଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର  ସେନାପତି

Blog Archive

Popular Posts