Breaking News

ସେବାୟତଙ୍କର ଶ୍ରାଦ୍ଧବାର୍ଷିକ ପଡିଲେ କେଦାରଗୌରିଙ୍କ କଥା ମନେ ପଡେ


    

ସାକ୍ଷୀଗୋପାଳ---- ଯେପରି  କଥାରେ ଅଛି ମୃତ୍ୟୁ କେତେବେଳେ କେଉଁ ସମୟରେ ଆସିବ ତାହା କେହି କହିପାରିବେ ନାହିଁ । ଠିକ ସେହିପରି ସାକ୍ଷୀଗୋପାଳ ସେବାୟତ ତଥା ବ୍ରଜବନ୍ଧୁ ଖୁଣ୍ଠିଆଙ୍କର ମୃତ୍ୟୁ ଘଟିବା ପରେ ପରେ ତାଙ୍କର ଧର୍ମପତ୍ନୀ ଲକ୍ଷ୍ମୀପିୟା ଖୁଣ୍ଠିଆଙ୍କର ମୃତ୍ୟୁ  ମଧ୍ୟ ଘଟିଥିଲା । ଯାହାକି ସେ ସମୟରେ ଲୋକମାନେ  କେଦାରଗୌରି ଙ୍କୁ ଦେଖିବା ପାଇଁ ତାଙ୍କ ବାସଭବନ ସେବକସାହିରେ ଭିଡ ଲାଗିଥିଲା ।  ଗୋଟିଏ ଘରୁ ଦୁଇଟି ଶବ ବାହାରିଥିଲା । ସେ ସମୟରେ ଉପସ୍ଥିତ ଥିବା ଲୋକମାନଙ୍କ ଆଖିରେ ଳୁହ ରହିନଥିଲା । ଦୁଇଜଣ ଯାକ ମିଷ୍ଟଭାଷୀ ,ମେଳାପୀ ତଥା ପରୋପକାରୀ ଓ ଠାକୁରଭକ୍ତ ଥିଲେ ।  ସାକ୍ଷୀଗୋପାଳ ସ୍ଥିତ ସେବକସାହି ନିଜସ୍ୱ ବାସଭବନରେ ଅଷ୍ଟମ ବାର୍ଷିକ ଶ୍ରାଦ୍ଧବାଷିକ ପାଳନ କରାଯାଉଛି ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୫---୭,୨୫    Sakhigopal News, 23/8/2025

Blog Archive