ସାକ୍ଷୀଗୋପାଳ- ଅଳଗୁମ ରାସ୍ତାର ନବୀକରଣ ପାଇଁ ଶିଳାନ୍ୟାସ
ସାକ୍ଷୀଗୋପାଳ----- ସାକ୍ଷୀଗୋପାଳ ମନ୍ଦିର ରାସ୍ତାର ରନ୍ନଚିରା ନଦୀର ସେତୁ ଠାରୁ ଅଳଗୁମ ପର୍ଯ୍ୟନ୍ତ ପ୍ରାୟ ୯ କି.ମି ୧୦୦ ମିଟର ରାସ୍ତାର ନବୀକରଣ କରାଯିବା ପାଇଁ ଶୁକ୍ରବାର ଅପରାହ୍ନରେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଶିଳାନ୍ୟାସ କରିଛନ୍ତି । ଉକ୍ତ ରାସ୍ତା ଏବେ ୧୮ ଫୁଟ ପିଚୁ ରହିଥିବା ବେଳେ ରାସ୍ତାର ଉଭୟ ପାଶ୍ୱର୍ରେ ୬ ଫୁଟ ରହିଛି । ରାସ୍ତାର ନବୀକରଣ କାର୍ଯ୍ୟ କରାଗଲେ ପିଚୁ ୨୪ ଫୁଟ ରହିବା ସହ ମୋଟ ୩୦ ଫୁଟ ରାସ୍ତା କରାଯିବ । ଏହା ଦୁଇ ଲାଇନି ରାସ୍ତା ହେବ । ଏଥିପାଇଁ ପ୍ରାୟ ୧୨ କୋଟି ୬୩ ଲକ୍ଷ ୯୮ ହଜାର ଟଙ୍କା ପୂର୍ତ୍ତ ବିଭାଗ ପକ୍ଷରୁ ଅର୍ଥ ମଞ୍ଜୁର କରାଯାଇଛି ବୋଲି ବିଭାଗୀୟ ସହକାରୀଯନ୍ତ୍ରୀ ମନୋଜ କୁମାର ନାୟକଙ୍କ ଠାରୁ ପ୍ରକାଶ । ଏଥିରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ଆତ୍ମାର ସଭାପତି ବେବିଲାଲ ମିଶ୍ର, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ମହାପାତ୍ର, ସୁନିଲ କୁମାର ମିଶ୍ର, ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବାଶିଷ ରାୟ, ଦୁଗଲ ସରପଞ୍ଚ ପ୍ରକାଶ ଖଟେଇ ଓ କାଦୁଆ ସମିତିସଭ୍ୟା ବିନତୀ ପରିଡା ,ନରେନ୍ଦ୍ରପୁର ସମତିସଭ୍ୟ ପ୍ରଶାନ୍ତ ମହାପାତ୍ର, ସୁରେଶ ସାହୁ, ସୁବାଷ ପ୍ରଧାନ, ପ୍ରତାପ ମହାଭୋଇ, ସୁରେନ୍ଦ୍ର କୁମାର ସାହୁଙ୍କ ସହ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ମହିଳା ଗୋଷ୍ଠୀର ସଭ୍ୟାମାନେ ଉପସ୍ଥିତ ରହିଥିଲେ । ବିଧାୟକଙ୍କୁ ବାଜା, ବାଣ ଫୁଟାଇ ଏକ ରୋସଣି କରି ଶିଳାନ୍ୟାସ ସ୍ଥଳକୁ ଯୁବକ ମାନେ ପାଛୋଟି ଆଣିଥିବାର ଦେଖାଯାଇଥିଲା ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି