Breaking News

ସାଇ ଏକାଡେମୀର କ୍ରୀଡା ଛାତ୍ରବାସ ଓ ୭ଟି ଟେନିସ କୋର୍ଟ ଉଦଘାଟିତ; ସତ୍ୟବାଦୀ ଇତିହାସିରେ ଲିପିବଦ୍ଧ

  ସାକ୍ଷୀଗୋପାଳ--- ପୁରୀ ଜିଲ୍ଲା ଅନ୍ତର୍ଗତ ସତ୍ୟବାଦୀ ବ୍ଳକର ମୁଳଅଳସା ଗ୍ରାମରେ ସାଇ ଏକାଡେମୀ ପକ୍ଷରୁ ନିର୍ମାଣ କରାଯାଇଥିବା ୧୨୦ ଜଣ ଛାତ୍ରଛାତ୍ରୀ ମାନଙ୍କ ପାଇଁ କ୍ରୀଡା ଛାତ୍ରବାସ ଓ୭ଟି ଟେନିସ କୋର୍ଟ କୁ ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଓମ ପ୍ରକାଶ ମିଶ୍ର ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହ ଏହା ସତ୍ୟବାଦୀ ନୁହେଁ ଓଡିଶା କ୍ରୀଡା ମାନଚିତ୍ରରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ । ସଭାକାର୍ଯ୍ୟ ଆରମ୍ଭରେ ପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଅତିଥି ମାନେ ଉଦଘାଟନ କରିଥିଲେ । ସମସ୍ତ ଅତିଥି ମାନଙ୍କୁ ସାଇ ଏକାଡେମୀ ପକ୍ଷରୁ ଜଗନ୍ନାଥଙ୍କ ଏକ ତୈଳଚିତ୍ର ଫଟୋ ସହ ଫୁଷ୍ପଗୁଛ ଓ ଉପଢ଼ୌକନ ଦେଇ ସ୍ୱାଗତ କରାଯାଇଥିଲା ।ସାଇ ଏକାଡେମୀର ର ସଭାପତି ସୁଶ୍ରୀ ପିୟଦର୍ଶିନୀ ପାଣି ସ୍ୱାଗତ ଭାଷଣ ଦେଇ ଅନୁଷ୍ଠାନରେ ଥିବା ସୁବିଧା ଓ ଅସୁବିଧା ସମ୍ପର୍କେ ଆଲୋକପାତ କରିଥିଲେ । ବିଶେଷ କରି ପାନୀୟ ଜଳ, ବିଦ୍ୟୁତ ଓ ୩୧୬ନଂ ଜାତୀୟ ରାଜପଥ ଠାରୁ ଏହି ଅନୁଷ୍ଠାନ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତି କରଣ କରିବା ପାଇଁ ବିଧାୟକଙ୍କ ଦୃଷ୍ଟିକୁ ଆଣିଥିଲେ । ବହୁ ଶିଗ୍ର ଏହି ସମସ୍ୟା ସମାଧାନ କରାଯିବ ବୋଲି କହିଥିଲେ । ଅନ୍ୟତମ ଅତିଥି ଭାବେପୁରୀର ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ବେହେରା,  ପୁରୀ ଜିଲ୍ଲା ଟେନିସ ୍ରଆସୋସିଏସନର ସମ୍ପାଦକ ସୁନୀଲ କୁମାର ମହାପାତ୍ର, ଓଡିଶା ଟେନିସ ଆସୋସିଏସନର ଯୁଗ୍ମ ସମ୍ପାଦକ ସମ୍ବିତ ପଟ୍ଟନାୟକ, ରାଷ୍ଟୀୟ ସ୍ୱୟଂସେବକ ସଂଘ, ପୂର୍ବ ଓଡିଶାର ସହପ୍ରାନ୍ତ କାର୍ଯ୍ୟବାହ ସୁଦର୍ଶନ ଦାଶ, କଲେଜ ଅଫ ଫାର୍ମାସ୍ୟୁଟିକାଲ ସାଇନସେନ ପୁରୀର ଅଧ୍ୟକ୍ଷ ଡ, ଅମୀୟକାନ୍ତ ମିଶ୍ର, ରାଷ୍ଟୀୟ ସ୍ୱୟଂସେବକ ସଂଘର ପ୍ରାନ୍ତୀୟ କାର୍ଯ୍ୟକାରିଣୀ ସଦସ୍ୟ ରାଜକିଶୋର ସାହୁ ବିଜେପିର ପୁରୀ ଜିଲ୍ଲା ସଭାପତି ଡ. ଦେବେନ୍ଦ୍ରନାଥ ତରାଇ , ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଠୁପିୟା ବରାଳ ପ୍ରମୁଖ ଯୋଗ ଦେଇ ସାଇ ଏକାଡେମୀ ର ଉନ୍ନତି କାମନା କରିବା ସହ ସତ୍ୟବାଦୀରେ କ୍ରୀଡାର ଏକ ମାଇଲିଖୁଣ୍ଠ ନିର୍ମାଣ କରିଛି ସାଇ ଏକାଡେମୀ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସ୍ୟମା ପ୍ରସାଦ ସେନାପତି । ସମାଜସେବୀ ଲୋକନାଥ ପାଣି ଶେଷରେ ଧନ୍ୟବାଦ ଦେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୮/୨୦୨୫---୧୦,୨୦   Sakhigopal News, 25/8/2025

Blog Archive

Popular Posts