Breaking News

ସତ୍ୟବାଦୀ ମଣ୍ଡଳ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ

 

ସାକ୍ଷୀଗୋପାଳ-- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ  ମଣ୍ଡଳସ୍ତରୀୟ ହ୍ୟାଣ୍ଡବଲ, ଉସୁ ସହିତ ଟାଇକୋଣ୍ଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ କ୍ରୀଡା ମଣ୍ଡଳର ସଭାପତି ତଥା ମଣ୍ଡଳ ଶିକ୍ଷାଧିକାରୀ କୈଳାସ ଚନ୍ଦ୍ର ପାଢ଼ିଙ୍କତତ୍ୱାବଧାନରେ ଏହା ଅନୁଷ୍ଠିତ ହୋଇଥିଲା । ୧୩୦ ଜଣ ବିଭିନ୍ନ ବିଦ୍ୟାଳୟର ପ୍ରତିଯୋଗୀ ଏହି ତିନୋଟି ଖେଳରେ ଅଂଶଗ୍ରହଣ କରିଥିଲେ ।  ସତ୍ୟବାଦୀ କ୍ରୀଡା ମଣ୍ଡଳର ଉପସଭାପତି  ତଥା ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅମିତା ସେନାପତି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଶାରୀରିକ ଶିକ୍ଷା ଶିକ୍ଷକ ଦାମୋଦର ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଲିଙ୍ଗରାଜ ସାହୁ ଶାରୀରିକ ଶିକ୍ଷକ ଧନ୍ୟବାଦ ଦେଇଥିଲେ । ୨୫ ଜଣ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗ ଦେଇଥିଲେ ।  ସତ୍ୟବାଦୀ କ୍ରୀଡା ମଣ୍ଡଳର  ସମ୍ପାଦକ  ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ ତଦାରଖ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୩/୮/୨୦୨୫---୮,୨୫    Sakhigopal News, 23/8/2025

Blog Archive