Breaking News

ନିଶାମୁକ୍ତ ଭାରତ ଓ ବଜ୍ରପାତ ପ୍ରତି ସାବଧାନ ସମ୍ପକୀୟ ସଚେତନତା ଶିବିର

 

ସାକ୍ଷୀଗୋପାଳ--- ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିଶାମୁକ୍ତ ଭାରତ ଓ ବ୍ରଜପାତ ପ୍ରତି ସାବଧାନ ସମ୍ପର୍କରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଅମିତା ସେନାପତି ସଭାପତିତ୍ୱ କରିଥିଲେ । ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିବା ସହ ମହାପ୍ରଭୁ ଗଣେଶଙ୍କ ମୂର୍ତ୍ତିରେ ମାଲ୍ୟର୍ପଣ ଓ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଭାରେ ସଂଯୋଜନା କରିଥିଲେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା । ନିଶାର ପ୍ରଭାମ କିପରି ସାମଜ ଉପରେ ପଡୁଛି ଏବଂ ସମାଜକୁ କିପରି ନଷ୍‌ଟ କରୁଛି ତା ଉପରେ ଆଲେଚନା କରାଯାଇଥିଲା । ବତ୍‌ର୍ମାନ ସବୁଠାରୁ ବଡ କଥରା ହେଲା ଆଜିର ଯୁବ ସମାଜକୁ କିପରି ନିଶା ଠାରୁ ଦୂରେଇ ରଖିବା ସହିତ ସୁସ୍ଥ ସମାଜ ଗଠନ କରାଯାଇ ପାରିବ  ସେ ସମ୍ପର୍କରେ ଯୋଗ ଦେଇଥିବା ଅତିଥି ମାନେ ମତ ରଖିଥଲେ । ସେହିପରି ବ୍ରଜପାତ ଠାରୁ କିପରି ରକ୍ଷା ପାଇବା ସେଥିପାଇଁ  ତାଳମଞ୍ଜି  ରୋପଣ ଉପରେ ଆଲେଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ତପଭୂମୀ ଟ୍ରଷ୍ଟ ଭୁବନେଶ୍ୱରର ସମ୍ପାଦକ ଚିତରୂପା ଷଡଙ୍ଗି, ସ୍ୱିସ୍ଥ୍ୟ ପରାମର୍ଶ ଦାତା ସ୍ମୃତି ।ଶଖର ସାହୁ, ଡ, ଶିଶିର କୁମାର ସାହୁ, ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ସତ୍ୟବାଦୀ ଦାଶ, ବିଜୟ କୁମାର ପରିଡା, ମନୋରଞ୍ଜନ ମିଲ୍ର, ହରପିୟା କର, ଆସ୍ଥା ନିଶାନିବାରଣ କେନ୍ଦ୍ରର ମୁଖ୍ୟ ଜ୍ୟୋତି ରଞ୍ଜନ ଭାରତୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚକ୍ରଧର ମହାରଣା ଓ ସମାଜସେବୀ ନବଘନ ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ ।  ବିଦ୍ୟାଳୟର ଛାତ୍ରୀ ସାଇ ସ୍ମାରକି ନାୟକ କାର୍ଯ୍ୟକ୍ରମଉପରେ ସୁନ୍ଦର ଅଭିମତ ରଖିଥଲେ ।  ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ  ବୈଜୟନ୍ତୀ ମିଶ୍ର, ବସନ୍ତ କୁମାର ସ୍ୱାଇଁ ଓ ଅନ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନେ ନିଶା ଠାରୁ ଦୂରେଇ ରହିବା ପାଇଁ ଶପଥ ନେଇଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ---୨୩/୮/୨୦୨୫---୮,୧୦    Sakhigopal News, 23/8/2025

Blog Archive