ଏନ୍ଏସଏସ ସ୍ବେଚ୍ଛାସେବୀ ଚୟନ ଶିବିର ୩୧ ତାରିଖ ସୁଦ୍ଧା କ୍ୟାମ୍ପ, ସ୍ୱେଚ୍ଛାସେବୀ ତାଲିକା ଦାଖଲ ନିର୍ଦ୍ଧେଶ
ଭଞ୍ଜନଗର,----ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା ସଂଯୋଜକ ଡ ଜୟନ୍ତ କୁମାର ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ଏନ୍ଏସଏସ ସ୍ବେଚ୍ଛାସେବୀ ଚୟନ ଶିବିର ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧିନସ୍ଥ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟରେ ଚାଲିଛି। ଆସନ୍ତା ୩୧ ତାରିଖ ମଧ୍ୟରେ ୨୦୨୫-୨୬ ମସିହା ପାଇଁ ସ୍ଵେଚ୍ଛାସେବୀ ତାଲିକା ପ୍ରସ୍ତୁତ କରି ବିଶ୍ଵବିଦ୍ୟାଳୟ ସଂଯୋଜକ ଙ୍କ ନିକଟରେ ଦାଖଲ କରିବେ। ତେଣୁ ବର୍ତ୍ତମାନ ବିଭିନ୍ନ ମହାବିଦ୍ୟାଳୟରେ ସ୍ବେଛାସେବୀ ଚୟନ ଚାଲିଛି। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରେ ଶନିବାର ଏନ୍ଏସଏସ ସ୍ବେଚ୍ଛାସେବୀ ଚୟନ ଶିବିର ଅନୁଷ୍ଠିତ ହୋଇଥିଲା। ପୁରୁଷ ଶାଖା ୧ ପାଇଁ ୧୦୦ ସ୍ବେଛାସେବୀ ଏବଂ ମହିଳା ଶାଖା ପାଇଁ ୧୦୦ ସ୍ବେଛାସେବୀ ଚୟନ କରାଯାଇଥିଲା। ଅଧକ୍ଷ ରାଜେନ୍ଦ୍ର କୁମାର ଦାସ ଏବଂ ପ୍ରଶାସନିକ ଅଧିକାରୀ ବିଭାସ ଦାସ ଏନ୍ ଏସ ଏସ କାର୍ଯ୍ୟକ୍ରମ ଗୁଡ଼ିକ ତ୍ଵରାନିତ କରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ ନିର୍ଦ୍ଧେଶ ଦେଇଥିଲେ। ପୁରୁଷ ଶାଖା (୧) ସଂଯୋଜକ ବି ପ୍ରଧାନ, ସହ ସଂଯୋଜକ ବୁଧିନାଥ ବରିହା, ମହିଳା ଶାଖା ସଂଯୋଜିକା ସସ୍ମିତା ଦାସ, ଭାରପ୍ରାପ୍ତ ପିଇଟି ପି ରମେଶ ପ୍ରମୁଖ ନୂତନ ସ୍ବେଚ୍ଛାସେବୀ ଙ୍କୁ ସ୍ଵାଗତ କରିବା ସହ ସେମାନଙ୍କ କର୍ତ୍ତବ୍ୟ ଉପରେ କହିଥିଲେ। ସ୍ବେଚ୍ଛାସେବୀ ମାନେ ସର୍ବଦା ନିଜ କର୍ତ୍ତବ୍ୟ ଉପରେ ସଚେନତ ହୋଇ କାର୍ଯ୍ୟ କରିବାକୁ ପଡ଼ିବ। ଏଥିସହ ଜାତୀୟ ସେବା ଯୋଜନା ପରାମର୍ଶଦାତା କମିଟି ଗଠନ କରି ସେପ୍ଟେମ୍ବର ମାସ ସୁଦ୍ଧା ତାର ପ୍ରଥମ ବୈଠକ କରିବା ପାଇଁ ମଧ୍ଯ ନିର୍ଦ୍ଧେଶ ଆସିଛି। ଆସନ୍ତା ପୂଜା ଛୁଟିରେ ସ୍ଵତନ୍ତ୍ର କ୍ୟାମ୍ପ କରିବା ପାଇଁ ମଧ୍ଯ ଆସନ୍ତା ୩୧ ତାରିଖ ମଧ୍ୟରେ ଆବେଦନ କରିବା ପାଇଁ ନିର୍ଦ୍ଧେଶ ଆସିଛି। ପୂଜା କ୍ୟାମ୍ପ ୭ ଦିନ ହେବ ବୋଲି ଜଣାପଡିଛି। ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୨୪/୮/୨୦୨୫---୭,୨୫ Sakhigopal News,24/8/2025