କୁଞ୍ଜେଶ୍ୱରୀ ଶାରଦୀୟ ମହୋତ୍ସବ ପ୍ରସ୍ତୁତି ବୈଠକ
କଣାସ -- କଣାସ ବ୍ଲକର କଣାସ ଗ୍ରାମପଞ୍ଚାୟତରେ ଦଶହରା ପଡିଆରେ ପ୍ରତି ବର୍ଷ ଅନୁଷ୍ଠିତ ହେଉଥିବା କୁଞ୍ଜେଶ୍ୱରୀ ମହୋତ୍ସବ ର ଚଳିତ ବର୍ଷ ପାଇଁ ପ୍ରସ୍ତୁତି ବୈଠକ ଆଜି କଣାସ ବଡମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଭାରେ ସ୍ଥାୟୀ ସଭାପତି କଣାସ ବଡମଠ ମହନ୍ତ ପୁର୍ଣ୍ଣଚନ୍ଦ୍ର ଦାସ ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ କଣାସରେ ସ୍ଥାପିତ ଜନ ମଙ୍ଗଳ କ୍ଲବ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଚଳିତ ବର୍ଷ ବିଂଶତମ୍ କୁଞ୍ଜେଶ୍ୱରୀ ଶାରଦୀୟ ମହୋତ୍ସବ କିପରି ସରସ ସୁନ୍ଦର ହେବ ସେଥିପାଇଁ ପ୍ରସ୍ତୁତି ବୈଠକରେ ମୁଖ୍ୟତଃ ଆଲୋଚନା କରାଯାଇଥିଲା । ଶାରଦୀୟ ମହୋତ୍ସବର ସଂପାଦକ ସୁକାନ୍ତ କିଶୋର ସାମନ୍ତରାୟ ଗତ ବର୍ଷ ମହୋତ୍ସବର ହିସାବପତ୍ର ଉପସ୍ଥାପନ କରିଥିଲେ । ଏହି ବୈଠକରେ ସମାଜସେବୀ ଶ୍ରୀକାନ୍ତ ପଟ୍ଟଯୋଷୀ, ଦେବଦତ୍ତ ପରିଡା, ବାଳକୃଷ୍ଣ ସାହା, ଶିକ୍ଷାବିତ୍ ଭାଗିରଥି ମହାପାତ୍ର, ସୁନିଲ୍ କୁମାର ନରେନ୍ଦ୍ରମ, ପ୍ରଫୁଲ ପ୍ରଧାନ, ବୃନ୍ଦାବନ ପଟ୍ଟନାୟକ ପ୍ରମୁଖ ୨୦ରୁ ଉର୍ଦ୍ଧ କର୍ମକର୍ତ୍ତା ଯୋଗଦେଇଥିଲେ । କଣାସ ଅଂଚଳର ଐତିହ, ଲୁକାୟିତ ହୋଇ ରହି ଯାଉଥିବା ପ୍ରତିଭା ମାନଙ୍କୁ ଆଗଧାଡିକୁ ଆଣିବା ପାଇଁ କଣାସ ଅଂଚଳର କେତେକ ବୁଦ୍ଧିଜିବୀ ୧୯ବର୍ଷ ହେଲା ଏହି କାର୍ଯ୍ୟକ୍ରମ କରିଆସୁଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ବିଂଶତମ୍ କୁଞ୍ଜେଶ୍ୱରୀ ଶାରଦୀୟ ମହୋତ୍ସବ ଅନୁଷ୍ଠିତ ହେବାପାଇଁ ସଭାରେ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ପାଇକ ବିଦ୍ରୋହର ୧୮୧୭ରୁ ୨୦୨୫ ଦୁଇଶହ ବର୍ଷ ପୃର୍ତ୍ତି ଐତିହାସିକ ପ୍ରଥମ ସଶସ୍ତ୍ର ସ୍ୱାଧିନତା ସଂଗ୍ରାମ ସଂପର୍କରେ ତଥ୍ୟ ସମ୍ବଳିତ ଲେଖା ସ୍ମରଣୀକା “କୁଞ୍ଜେଶ୍ୱରୀ”ରେ ପ୍ରକାଶ ନିମନ୍ତେ ଅଂଚଳର ବୁଦ୍ଧିଜୀବି ଲେଖିକ, ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ସେପ୍ଟେମ୍ବର ୧୦ତାରିଖ ସୁଧା ସଂପାଦକ ଜନମଙ୍ଗଳ କ୍ଲବ ସା/ପୋ-କଣାସ, ଜି-ପୁରୀ, ପିନ-୭୫୨୦୧୭ରେ ପଠାଇବା ପାଇଁ ସଂପାଦକ ସୁକାନ୍ତ କିଶୋର ସାମନ୍ତରାୟ ଅନୁରୋଧ କରିଛନ୍ତି । ଦ୍ୱିତୀୟ ପ୍ରସ୍ତୁତି ବୈଠକ ଗଣେଶ ପୂଜା ଦିନ ଅନୁଷ୍ଠିତ ହୋଇ ଚୂଡାନ୍ତ ନିଷ୍ପତି ନିଆଯିବା ପାଇଁ ସ୍ଥିର କରାଯାଇଥିଲା ।
କଣାସରୁ ସୁଜିତ କୁମାର ତ୍ରିପାଠୀଙ୍କ ରିର୍ପୋଟ, ୨୫ା୮ା୨୦୨୫—୧୨,୨୫ Sakhigopal News, 25/8/2025