Breaking News

ଶ୍ରୀରାଧା ଜନ୍ମମହୋତ୍ସବ କମିଟି ତରଫରୁ ଚିତ୍ରାଙ୍କନ ପ୍ରତିଯୋଗିତା


ସାକ୍ଷୀଗୋପାଳ -----ଶ୍ରୀରାଧା ଜନ୍ମ ମହୋତ୍ସବ କମିଟି ତରଫରୁ ସାକ୍ଷୀଗୋପାଳରେ ଆୟୋଜିତ ହୋଇଯାଇଛି ମଣ୍ଡଳସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା।କଳା ସଂସ୍କୃତି କୁ ଉଜ୍ଜୀବିତ କରି ରଖିବା ପାଇଁ ଚଳିତ ବର୍ଷ ଅୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତା ଅତି ଶୃଙ୍ଖଳାର ସହିତଶେଷହୋଇଛି । ଯାହାକି ପୂର୍ବ ବର୍ଷର ରେକର୍ଡ ମଧ୍ଯ ଭାଙ୍ଗିଛି l ପୂର୍ବବର୍ଷ ଏହି ପ୍ରତିଯୋଗିତାରେ ୯୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଚଳିତ ବର୍ଷ  ୧୪୬ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ପ୍ରତି ପିଲାଙ୍କ ଆଗ୍ରହ ବଢୁଥିବାରୁ ଆୟୋଜକ ମଣ୍ଡଳୀ ଖୁସି ବ୍ୟକ୍ତ କରିଛନ୍ତି ।ସେବକ ସାହି ସ୍ଥିତ ଜାଗେଶ୍ୱରୀ ମଣ୍ଡପରେ ଆୟୋଜିତ ଏହି ପ୍ରତିଯୋଗିତାରେ ଗୁରୁ ନୀଳମଣି ଜେନା ଏବଂ ଗୁରୁ ରାଧା ବଲ୍ଲଭ ବରାଳ ବିଚାରକ ଭାବରେ ରହି କୃତି ଛାତ୍ର ଛାତ୍ରୀଙ୍କୁ ଚୟନ କରିଥିଲେ ।  ଅନୁଷ୍ଠାନର ସମ୍ପାଦକ ଦିବାକର ମହାପାତ୍ର, ସାଂସ୍କୃତିକ ସମ୍ପାଦକ ବିଜୟ ମହାପାତ୍ର, ସଦସ୍ୟ ପ୍ରଫୁଲ୍ଲ କୁମାର ପଣ୍ଡା, ରବି ନାରାୟଣ ଷଡ଼ଙ୍ଗୀ ଏବଂ ଆଲୋକ ଖୁଣ୍ଟିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨୫/୮/୨୦୨୫---୫,୪୫ Sakhigopal News,25/8/2025

Blog Archive

Popular Posts