Breaking News

ଅନ୍ତର୍ଜାତୀୟ ମହିଳା ଦିବସ ଯେଉଁଠାରେ ମହିଳାଙ୍କୁ ସମ୍ମାନ ନ ମିଳେ ସେଠାରେ ବିପତି ମାଡି ଆସେ ; ଶ୍ରୀ ମହାରଥୀ

ଡେଲାଙ୍ଗ------  ଡେଲାଙ୍ଗ ବ୍ଳକରେ ଅନ୍ତର୍ଜାତୀୟ ମହିଳା ଦିବସ ବ୍ଳକ ପରିସରରେ ପାଳିତ ହୋଇଯାଇଛି  । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଯୋଗଦେଇ  ମହିଳା ମାନଙ୍କୁ ଯେଉଁଠି ସମ୍ମାନ, ସ୍ନେହ, ଶ୍ରଦ୍ଧା, ମା ରୁପେ ଦେଖାଯାଇନି ସେଠାରେ ବିପତ୍ତି ମାଡି ଆସିଛି । ୨୦ ବର୍ଷତଳେ ମା ମାନେ ଘରୁ ଗୋଡ କାଡିବା ସହଜନଥିଲା  । ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ମାନଙ୍କୁ ଅଗ୍ରଧିକାରି ଦେବା ସହ ସେମାନଙ୍କ ହାତ ମୁଠାକୁ ଟାଣ କରିଥିଲେ  । ଯାହା ଫଳରେକି ରାଜ୍ୟରେ ମହିଳା ଶସକ୍ତି କରଣ ଦିଗରେ ଆମେ ଆଗରେ ରହିଛୁ ବୋଲି ଶ୍ରୀ ମହାରଥୀ କହିଥିଲେ  । ଅନୁଷ୍ଠିତ ସଭାରେ ବ୍ଳକ ଅଧ୍ୟକ୍ଷ ପ୍ରସନ୍ନ ସାହୁ ସଭାପତିତ୍ୱ କରି ମହିଳା ମାନଙ୍କୁ ରାଜନୈତିକ କ୍ଷେତ୍ର ଠାରୁ ବିଭିନ୍ନ କାର୍ଯ୍ୟରେ ସାମିଲ ହୋଇଥିବାର ଦେଖାଗଲାଣି ବୋଲି କହିଥିଲେ  । ଅନ୍ୟତମ ଅତିଥି ଭାବେ ସମବାୟବିତ୍ତ ବୈରାଗୀ ଜେନା ଯୋଗଦେଇ ରାଜ୍ୟରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପଛରେ ସମବାୟ ବ୍ୟାଙ୍କ ଗୁଡିକର ଭୂମିକା ସମ୍ପର୍କରେ ମତ ପ୍ରକାଶ କରିଥିଲେ  । ଅନ୍ୟ ମାନଙ୍କ ମଧ୍ୟରେ ବିଡିଓ କ୍ଷୀରୋଦ ପ୍ରଧାନ, ସିଡିପିଓ କାମିନି ପ୍ରଭା ସ୍ୱାଇଁ, ମିଶନ ଶକ୍ତି ମହିଳା ମହାସଂଘର ସମ୍ପାଦିକା ବାସନ୍ତୀ ସାହୁ, ସଭାନେତ୍ରୀ ବିଦ୍ୟୁଲତା ପ୍ରଧାନ, ବ୍ଳକ ଉପାଧ୍ୟକ୍ଷା  ସ୍ୱପ୍ନା ବଳବନ୍ତରାୟ, ମୁନିଦା ସରପଞ୍ଚଙ୍କ ପ୍ରତିନିଧି ନରେନ୍ଦ୍ର ପରିଡା ଓ ପିପିଲିର ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କିଶୋର ଛୋଟରାୟ ଓ ବିଭିନ୍ନ ଜନପ୍ରତିନିଧି ମାନେ ଯୋଗଦେଇ ମହିଳା ମାନେ କିପରି ଆଗକୁ ଯାଇ ପାରିଛନ୍ତି ନବୀନ ସରକାରଙ୍କ ସମୟରେ ସେ ସମ୍ପର୍କରେ ମତ ପ୍ରକାଶ କରିଥିଲେ  । ଏହି ଅବସରରେ ଶିକ୍ଷ, ସ୍ୱାସ୍ଥ୍ୟ, କଳା, ସାମ୍ବାଦିକ, ରାଜନୈତିକ, ସମାଜସେବୀ ଆଦି ଉଲ୍ଲେଖନୀୟ ଅବଦାନ ପାଇଁ ଅତିଥି ମାନଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା   ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts