ନଡିଆ ଚାଷୀ ମାନଙ୍କର ଶୌକ୍ଷିକ ପରିଭ୍ରମଣ
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ବିଭିନ୍ନ ବ୍ଳକରୁ ୪୦ ଜଣ ଅଗ୍ରଣୀ ନଡିଆ ଚାଷୀ ମାନଙ୍କୁ ନେଇ ଏକ ଦିନିକିଆ ଶୌକ୍ଷିକ ପରିଭ୍ରମଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ କେନ୍ଦ୍ରୀୟ ନାରିକେଳ ବୋର୍ଡାର ସଦସ୍ୟ ଡ. ବିଶ୍ୱନାଥ ରଥ । ଚାଷୀ ମାନେ ଭୁବନେଶ୍ୱର ସ୍ଥିତ ୧୦୧ ଏକର ବିଶିଷ୍ଟ ପିତାପଲ୍ଲୀରେ ଥିବା ନଡିଆ ଫାର୍ମ ବୁଲିକି ଦେଖିବା ସହ କିପରି ନଡିଆ ଚାଷ ଓ ନଡିଆ ରୋଗର ପ୍ରତିକାର ସମ୍ପର୍କରେ ତାଲିମ ନେଇଥିଲେ । ସେହିପରି ନଡିଆ ଚାଷ ସହିତ ବିଭିନ୍ନ ଫଳ ଚାଷ ନଡିଆ ବଗିଚା ମଧ୍ୟରେ କିପରି କରାଯାଇ ପାରିବ ସେ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଗ୍ରହଣ କରିଥିଲେ । କୃଷି ବୈଜ୍ଞାନିକ ରବି ନାରାୟଣ ଦାଶ ଏହି ୪୦ ଜଣ ନଡିଆ ଚାଷୀଙ୍କୁ କିଛି ସମୟ ପାଇଁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପରେ ପରେ ଚାଷୀ ମାନେ ଡେରାଶ ଓ ଶେଷ ଫାର୍ମ ବୁଲିବା ସହ ନଡିଆ ଚାଷ ସମ୍ପର୍କରେ କେତେକ ଶିକ୍ଷଣୀୟ ତଥ୍ୟ ଗ୍ରହଣ କରିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ