ମହାବୀର ପୂଜକ ନାବାଳିକାଙ୍କୂ ଅସଦାଚରଣ କରି ଜେଲ ଗଲେ
ଡେଲାଙ୍ଗ---- ଡେଲାଙ୍ଗ ଥାନା ଅନ୍ତର୍ଗତ କଲ୍ୟାଣପୁର ଗ୍ରାମର ନୂଆହାଟ ଗ୍ରାମର ମହାବୀର ମନ୍ଦିର ପୂଜକ ସୁରେନ୍ଦ୍ର ପଟ୍ଟନାୟକ (୬୦) ଜଣେ ସାତ ବର୍ଷର ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଜେଲ ଗଲେ । ନାବାଳିକାଙ୍କ ମାଙ୍କ ଅଭିଯୋଗକୁ ଗ୍ରହଣ କରି ଡେଲାଙ୍ଗ ପୋଲିସ ୨୮୭/୧୮ରେଏକ କେସରୁଜ କରି ପୂଜକ ବା ବାବାଙ୍କୁ ଗିରଫ କରିଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ଆଜି ଅପରାହ୍ନରେ ବାଳିକା ଜଣଙ୍କ ଏକୁଟିଆ ବୁଲୁଥିବା ବେଳେ ପୂଜକ ଜଣଙ୍କ ଭୋଗ ଖାଇବାକୁ ଦେଇ ମନ୍ଦିର ପରିସରରେ ଥିବା ଏକ ଘରକୁ ଡାକି ନେଇଥିଲେ । ନିଜର ଯୌନ ଲାଲସ ମେଣ୍ଟାଇବା ପାଇଁ ପୂଜକ ଜଣଙ୍କ ନା ବାଳିକାଙ୍କୁ ଅସଦାଚରଣ ଉଦ୍ଦ୍ୟମ କରିଥିଲେ । ନାବାଳିକାଙ୍କୁ କଷ୍ଟ ହେବାରୁ ସେ ଡାକ ପକାଇବା ସହ ଜୀବନ ବଞ୍ଚାଇବା ପାଇଁ ଦୌଡିକି ପଳାଇ ଆସି ତାର ମାଙ୍କୁ ସବୁକଥା କହିଥିଲା । ନ୍ୟାୟ ପାଇଁ ନାବାଳିକାର ମା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଡେଲାଙ୍ଗ ପୋଲିସ ପୂଜକ ଓ ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଯାଇଛି । ପୂଜକଙ୍କୁ ଗିରଫ କରି କୋର୍ଟକୁ ପଠାଯାଇଥିଲା ସେଠାରେ ତାଙ୍କର ଜାମିନ ନା ମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଯାଇଥିବା ଥାନା ଆଇଆଇସି ଅସିତ୍ ରଂଜନ ମହାନ୍ତିଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି