ବାଲି ଓ ମାଙ୍କେଡା ପଥର ପରିବହନ ଗାଡି ଉପରେ ନଜର ପଡିଛି ରାଜସ୍ବ ବିଭାଗର
ସାକ୍ଷୀଗୋପାଳ --- ସତ୍ୟବାଦୀ ଓ ପୁରୀ ସଦର ତହସିଲଦାରଙ୍କ ମିଳିତ ବାଲି ଓ ମାଙ୍କେଡା ପଥର ଟ୍ରକ ଉପରେ ଏବେ ପଡିଛି ନର୍ଜର । ଜିଲ୍ଲାର ରାଜ୍ୟସ୍ୱ ଆଦାୟ ପାଇଁ ଆରମ୍ଭ ହୋଇଛି ଚଡଉ । ଗୋଟିଏ ପକ୍ଷେ ରାଜ୍ୟ ସରକାର କର୍ମଚାରୀଙ୍କ ଉପରେ ଚଡାଉ କରୁଥିବା ବେଳେ ରାଜସ୍ୱ ବିଭାଗର ଅଧିକାରୀ ମାନେ ଟ୍ରାକ୍ଟର ଓ ଟ୍ରକ ଉପରେ କରୁଛନ୍ତି ଚଡାଉ । ଯାହା ଫଳରେକି ଗାଡି ମାଲିକ ମାନେ ଭୟଭୀତ ହୋଇଯାଇଛନ୍ତି । ନଦୀରୁ ବେଆଇନଭାବେ ବାଲି ଚାଲନ କରୁଥିବା ବାଲି ମାଫିଆଙ୍କ ଉପରେ ଅଙ୍କୁଶ ନ ଲଗାଇ ପରିବହନ କରୁଥିବା ଗାଡି ଉପରେ ଜୋରିମାନ କରାଯିବା ଠିକ ହେଉନାହିଁ ବୋଲି ଗାଡି ମାଲିକ ମାନେ ଅଭିଯୋଗ ଆଣିଛନ୍ତି । ଗୁରୁବାର ଦିନ ନୂଆନଈ ପଠାରୁ ଜେସିବି ସାହାର୍ଯ୍ୟରେ ବେଆଇନଭାବେ ବାଲି ଆଣୁଥିବା ୭ଟି ଟ୍ରାକ୍ଟରକୁ ଜବତ କରାଯାଇଥିଲା । ଗାଡି ପିଛା ୨୫ହଜାର ଟଙ୍କା ଫାଇନି କରାଯାଇଥିଲା । ଜୋରିମାନା ନ ଦେବାରୁ ଜବତ ଗାଡି ଗୁଡିକୁ ଚନ୍ଦନପୁର ଥାନାରେ ରଖାଯାଇଛି । ଶୁକ୍ରବାର ଦିନ ଏକ ଟିପରକୁ ଜବତ କରି ୨୭ହଜାର ଟଙ୍କା ଏବଂ ଏକ ଟ୍ରାକ୍ଟରକୁ ଜବ୍ତ କରି ୨୫ହଜାର ଟଙ୍କା ଜୋରିମାନା କରାଯାଇଛି । ଏହି ଚଢଉରେ ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନ ଏବଂ ପୁରୀ ସଦର ତହସିଲଦାର ବରେନନ୍ଦୁ ମହାନ୍ତି ଏକତ୍ର ସାମିଲ ହୋଇ ଚଢଉ କରିଥିଲେ । ସେହିପରି ସତ୍ୟବାଦୀ ଥାନାରେ କେତଟି ବାଲି ଟ୍ରାକ୍ଟର ସତ୍ୟବାଦୀ ତହସିଲଦାର ଜବତ କରିଥିବା ଜଣାପଡିଛି । ଆଗାମୀ ଦିନରେ ଏହି ପରି ଚଡାଉ ଜାରି ରହିବ ବୋଲି ସତ୍ୟବାଦୀ ତହସିଲଦାର କସ୍ତୁରୀ ପ୍ରଧାନଙ୍କ ଠାରୁ ପ୍ରକାଶ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି