ମଳମୁକ୍ତ ବ୍ଳକ ଗଠନ ପାଇଁ ଗଣଦୌଡ
ପିପିଲି----ପିପିଲି ବ୍ଲକ ଆନୁକୁଲ୍ୟରେ ସ୍ୱଛ ଓଡିଶା ସୁସ୍ଥ ଓଡିଶା ଗଠନ କରିବା ନିମନ୍ତେ ଏକ ଗଣ ଦୈାଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ମାରଥନ ଗଣଦୈାଡ ଟି ଦାଣ୍ଡମୁକୁନ୍ଦପୁର ବଜାର ଠାରୁ ଆରମ୍ଭ ହୋଇ ବ୍ଲକ କାର୍ଯ୍ୟଳୟ ପର୍ଯ୍ୟନ୍ତ ଯାଇଥିଲା । ଏଥିରେ ପିପିଲି କଲେଜ ଛାତ୍ରଚାତ୍ରୀ ,ସରପଂଚ ଓ ସମିତିସଭ୍ୟ ଏନଜିଓ ,ସମାଜସେବି,ବ୍ଲକ ଅଧିକାରି ଓ କର୍ମଚାରିମାନେ ସାମିଲି ହୋଇ ସଚେତନ କରାଇଥିଲେ । ଆଗାମି ଜାନୁଆରି ୨୬ ତାରିଖରେ ପିପିଲି ବ୍ଲକ କୁ ସ୍ୱଛ ଓଡିଶା ସୁସ୍ଥ ଓଡିଶା ଗଠନ ଓ ସଂମ୍ପୁର୍ଣ୍ଣ ବାହ୍ୟ ମଳମୁକ୍ତ ଗଠନ କରିବା ନିମନ୍ତେ ଏହି ଗଣ ଦୈାଡରେ ଦୃଢ ସଂକଳ୍ପ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ପିପିଲି ବ୍ଲକ ଅଧକ୍ଷା କଳ୍ପନା ସାମନ୍ତରାୟ,ଉପାଧକ୍ଷ ଯୁଧିଷ୍ଠିର ସ୍ୱାଇଁ, ଆତ୍ମା ଅଧକ୍ଷ ପିପିଲି ଧରଣିଧର ସାହୁ,ବିଡିଓ ପିପିଲି ଶ୍ୟାମ ସୁନ୍ଦର ଟୁଡୁ, ଆର୍ତ୍ତବନ୍ଧୁ ସାମନ୍ତରାୟ , କଣ୍ଟି ସରପଂଚ ପ୍ରକାଶ କୁମାର ଧଳ,ଦାଣ୍ଡ ମକୁନ୍ଦପୁର ସରପଂଚ ଗିତାଜଂଳି ପଣ୍ଡା,ସମିତି ସଭ୍ୟ ମଧୁ ସୁଦନ ପ୍ରଧାନ, ଆଲୋକ କୁମାର ପଣ୍ଡା,ଜିଲ୍ଲା ସଂଯୋଜକ ରଂଜନ କୁମାର ସାହୁ,ବ୍ଲକ ସହକାରି କାର୍ଯ୍ୟ ନିର୍ବାହି ଅଧିକାରି ରମେଶ ଚନ୍ଦ୍ର ସ୍ୱାଇଁ,ଜେଇ ଶୁଭେନ୍ଦୁ ସାହୁ ଓ ନିବେଦିତା ପାଣିଗ୍ରାହି ଏବଂ ଦିନ ଇ ଇଲାଇମ ଏଜୁକେସନ ଆଣ୍ଡ ଟ୍ରଷ୍ଟ ର ମୁଖ୍ୟ ଶେଖାୟତ ଖାଁ ପ୍ରମୁଖ ଏହି ମିନି ମାରଥନ ରେ ସାମିଲି ହୋଇ ସଚେତନତା ର ବାର୍ତ୍ତା ଦେଇଥିଲେ ।
ପିପିଲିରୁ ବିଜୟ ମହାପାତ୍ର