Breaking News

ରାମଚଣ୍ଡି ମୂହାଣରୁ ଘର ଉଛେଦକୁ ଦୁଇ ଗ୍ରାମବାସୀ ବିରୋଧ

କୋଣାର୍କ----- ପୁରୀ ଜିଲ୍ଲା ଗୋପ ବ୍ଲକ୍ ଟିକିନା ଓ ବରପଦା ଗ୍ରାମ ର ପାଶ୍ୱର୍ରେ ମା ରାମଚଣ୍ଡି ଅବସ୍ଥିତ  । ମା ଙ୍କର ପାଦଦେଶରେ ମା ରାମଚଣ୍ଡି ନଦୀ ପ୍ରବାହିତ  । ଏଇ ନଦୀ କୂଳରେ କାହୁଁ କେତେ ଯୁଗରୁ ଟିକିନା ଓ ଖାଲକଟାପାଟେଣା ର ଗ୍ରାମବାସୀ ମାନେ  ମାଛ ଧରି ଯିବିକା ନିର୍ବାହ କରିଆସୁଛନ୍ତି ।  ସେମାନେ ନଦୀ କୂଳରେ କାଠ ଡଙ୍ଗା ଓ ଗାଇ ଗୋରୁ ରଖିବାପାଇଁ ନଦୀ ପଠାରେ ଘର କରିଛନ୍ତି । ଏବଂ ପତି ପରିବାର ସେହି ଯାଗାରେ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଥିଲେ । ଆଜି ପ୍ରଶାସନ ପକ୍ଷରୁ  ଏହି ଜାଗାରେ ଏକ ପ୍ରକଳ୍ପ କରିବା ଉଦ୍ଧେଶ୍ୟରେ  ତାଙ୍କଠାରୁ ଛଡେଇ ନେବାପାଇଁ  ମସୁଧା ହୋଉଥୀବା ଜାଣି  ଗ୍ରାମବାସୀ ଙ୍କ ତରଫରୁ ଆନ୍ଦୋଳନ କରିବାପାଇଁ  ଜିଲ୍ଳା ପ୍ରଶାସନକୁ କଡା   ଚେତାବନୀ ଦିଆଯାଇଛି  ।  ସୂଚନା ଯୋଗ୍ଯ ଯେ ଗତ ୧୯୮୪ ମସିହାଠାରୁ ଟିକିନା ଓ ଖାଲକଟାପାଟଣାର ଗ୍ରାମବାସୀ ମାନେ କୋଣାର୍କ ଓ ପୁରୀ ମେରୀନ୍ଡାଇଭ ରୋଡର଼ ରାମଚଣ୍ଡି ମୁହାଣ ନିକଟରେ ୬୦୦୦ ହଜାର ରୁ ଉର୍ଦ୍ଧ୍ବ ଲୋକ ବସବାସ କରିଆସୁଛନ୍ତି । ରାମଚଣ୍ଡି ନଦୀ ଅଧିକଂଶ  ସମୟରେ ୨ ଟି ଗ୍ରାମବାସୀ ଙ୍କୁ ଦୁଃଖ ଦେଇ ଆସୁଛି । କେତେ ବେଳେ ନଦୀ ର ଜୁଆର ପାଣି ଗ୍ରାମ ରେ ପସିଯାଉଚି ତ କେତେବେଳେ ଫସଲ ନଷ୍ଟ କରୁଚି। ସରକାର ପ୍ରଥମେ ଲୋକମାନଙ୍କର ଦୁର ନକରି ଉଛେଦ ପାଇଁଚେଷ୍ଟା କଲେ  ଆଗାମୀ ଦିନରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଦୁଇ ଗ୍ରାମ ବାସି ରବିନ୍ଦ୍ର କୂମାର ଦାସ ଓ ପ୍ରହଲ୍ଳାଦ ବେହେରା  କହିଛନ୍ତି ।

ନିମାପଡାରୁ ଜୟ୍ନ୍ତ ସେଠୀ

Ramchandi mhuanurua jabar dakhal uaseada

Blog Archive

Popular Posts