କୋଣାର୍କ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ଯ୍ଯନ୍ତ ଗଣଦୌଡ
କୋଣାର୍କ---କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ମେକିନ ଓଡିଶା ତରଫରୁ ଏକ କୋଷ୍ଟାଲ ରନ ବା ଗଣଦୌଡ ଅନୁଷ୍ଠିତ ହୋଇଯାଇଛି । ସୂର୍ଯ୍ୟ ମନ୍ଦିର ଠାରୁ ପାଞ୍ଚ କିଲୋମିଟର କୋଣାର୍କ ଚନ୍ଦ୍ରଭଗା ପର୍ଯ୍ୟନ୍ତ ଏହି ଦୌଡ ହୋଇଥିଲା । ଏଥିରେ ବିଭିନ୍ନ ଦେଶ ଓ ରାଜ୍ୟ ତଥା କୋଣାର୍କ ଅଂଚଳର 300ରୂ ଅଧିକ ଛାତ୍ର ଛାତ୍ରୀ ଏବଂ ସରକାରୀ କର୍ମ ଚାରୀ ମାନେ ଭାଗ ନେଇଥିଲେ l ବିଶେଷ କରି ଉପକୂଳ ଅଂଚଳରରେ ଜନ ସଚେତନ ସୃଷ୍ଟି କରିବାପାଇଁ ରାଜ୍ୟ ସରକାର ଏବଂ ଟାଟା କମ୍ପାନୀ ତରଫରୁ ଏହି କୋଷ୍ଟାଲ ରନର କାର୍ଯ୍ଯକ୍ରମ କରାଯାଇଥିଲା । ଶିଳ୍ପପତି ମାନେ ରାଜ୍ଯରେ ପୁଞ୍ଜିନିବେଶ କରବା ଓ ଶିଳ୍ପପତି ମାନଙ୍କୁ ଉତ୍ସାହିତ କରିବା ଏହି କୋଷ୍ଟାଲ ରନର ମୂଖ୍ୟଲକ୍ଷ୍ଯ l ବିଶେଷକରି କୋଣାର୍କ ସୂର୍ଯ୍ୟ ମନ୍ଦିର ଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ଏହି ଦୌଡ ବାହାରି ଥିବାରୁ ଆମେ ବହୁତ ଖୁସି ଅଛୁ ବୋଲି ଦୌଡ ରେ ଭାଗ ନେଇଥିବା ଛାତ୍ର ଛାତ୍ରୀ ମାନେ କୁହନ୍ତି l ନିମାପଡାରୁ ---- ଜୟନ୍ତ ସେଠୀ
Konark ERS Gana dhaera