Breaking News

ବୀରଗୋବିନ୍ଦପୁର ଗ୍ରାମ୍ଯ ଓ ମା ଦକ୍ଷୀଣକାଳିଙ୍କ ପୀଠ ପରିସର ସଫାହେଲା

ସାକ୍ଷୀଗୋପାଳ-----ସତ୍ୟବାଦୀ ବ୍ଳକ  ବୀରଗୋବିନ୍ଦପୁରରେ ମା ଦକ୍ଷିଣକାଳିଙ୍କ ମନ୍ଦିରରେ ଦୁଇ ଦିନ ଧରି ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବର୍ଷକୁ ଥରେ ମହାଭୈରବି ବେଶରେ ମାଙ୍କୁ ଦର୍ଶନ କରିବା ପାଇଁ ସୂଯୋଗ ମିଳୁଥିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କର ଗହଳି ହୋଇଥିଲା । ଏହି ଅବସରରେ ଗ୍ରାମ ମୁଣ୍ଡରୂ ସେ ମୂଣ୍ଡ ଯାଏଁ ବିଭୀନ୍ନ ବଜ୍ଯବସ୍ତୁ ପଡିଥିଲା । ମାତ୍ର ସତ୍ଯବାଦୀରେ ବିଜୁ ଯୁବ ବାହିନୀ ଓ ବିଭିନ୍ନ ସ୍ବୋଚ୍ଛାସେବୀ ଅନୂଷ୍ଠାନ ଥିଲେ ମଧ୍ୟ କେହି ନଜର ଦେଇନଥିଲେ । ଦୂଇଦିନ  ଧରି ଅଳିଆ ପଡିରହିଥିଲା ।ଆଜିସକାଳେ ପୁରୀ ନିକଟ ହରେକୃଷ୍ଣପୁର ର ଡିଫେନ୍ସ କ୍ଳବର ଅଭିମନ୍ଯୁ ସ୍ବାଇଁଙ୍କ ନେତୃତ୍ବରେ ୭୦ ଜଣିଆ ଏକ ଟିମ ହାତରେ ଖଡିକାମୁଠା,ଝୁଡି ଓ କୋଦାଳ ହାତରେ ଧରି ସଫେଇ ଆରମ୍ବ କରି ଅଳିଆ ଗୁଡିକୁ ଏକାଠି ଗଦାଇ ନିଆଁ ଲଗାଇଥିଲେ । ସେମାନ୍ଙ୍କ କାର୍ଯ୍ଯକମକୁ ବୀରଗୋବିନ୍ଦପୂର କୋଠ ପକ୍ଷରୁସ୍ବାଗତ କରାଯାଇଥିଲା ।
ସାକ୍ଷୀଗୋପାଳରୁ-----ଧୀରେନ୍ଦ୍ର ସେନାପତି

Blog Archive

Popular Posts