ଡେଲାଙ୍ଗ ବିଜେପି ପକ୍ଷରୁ ଗଣଦୌଡ
ଡେଲାଙ୍ଗ----- ଭାରତର ଲୌହ ପୁରୁଷ ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ୍ଙ୍କ ଜୟନ୍ତୀ ଓ ଜାତୀୟ ଏକତା ଦିବସ ରୂପେ ଭାରତୀୟ ଜନତା ପାର୍ଟି ପିପିଲି-ଡେଲାଙ୍ଗ ନିର୍ବାଚନୀ ମଣ୍ଡଳୀ ପକ୍ଷରୁ ପାଳିତ ହୋଇଯାଇଛି । ପିପିଲି ଡେଲାଙ୍ଗ ବିଜେପିର ଯୁବ ନେତା ଆଶ୍ରିତ ପଟ୍ଟନାୟକ ନେତ୍ରୂତ୍ବରେ ଗାନ୍ଧି ପୀଠ, ବେରବୋଇ ରୁ ଏକ ବିଶାଳ ଗଣଦୌଡ଼ ଅନୁଷ୍ଠିତ ହୋଇଥିଲା । କବି ତଥା ଗାନ୍ଧୀବାଦୀ ପ୍ରଫୁଲ ନାୟକ ପତକା ଦେଖାଇ ଗଣଦୌଡାକୁ ଉଦଘାଟନ କରିଥିଲେ । ଏହି ଗଣଦୌଡାଟି ବେରବୋଇ ଓ ଡେଲାଙ୍ଗ ଷ୍ଟେସନ୍ ବଜାର ପରିକ୍ରମା କରି ରଧାକାନ୍ତ ବିଦ୍ୟାପୀଠ ପର୍ଯ୍ଯନ୍ତ ଅନୁଷ୍ଠିତ ହୋଇଥିଲା । ଏହି ଏକତା ଦୌଡ଼ ରେ ପୁରୀ ଜିଲ୍ଲା ଉପସଭାପତି ଜନ୍ମଜଯ ଜେନା ,ପୁରୀ ଜିଲ୍ଲା କ୍ରୁଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପ୍ରଭାରୀ ବିଶ୍ୱଜିତ୍ ବଡଜେନା, ଆର୍ତବନ୍ଧୂ ପୁଷ୍ଟି, ମଣ୍ଡଳ ସଭାପତି ଦିଲ୍ଲୀପ ଧାଉଡ଼ିଆ,ସୁଧାଂଶୁ ପରିଡା,ପ୍ରଦୀପ ପାତ୍ର,ଦେବାଶିଷ ଦୀକ୍ଷିତ,କ୍ରୁତୀବସ ମହାପାତ୍ର,ଚନ୍ଦ୍ରଶେଖର ବିଶ୍ୱାଳ, ଲଡୁ କିଶୋର ରାୟ ଆଦି ପ୍ରମୁଖ ସମେତ ଶତାଧିକ ଯୁବ ଗୋଷ୍ଟି ଏହି ଗଣଦୌଡ ରେ ସାମିଲ ହୋଇଥିବାର ଦେଖାଯାଇଥିଲା ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DELANGA BJP PAKHYARU GANADAUDA
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
DELANGA BJP PAKHYARU GANADAUDA
BY - DHIRENDRA SENAPATI ( DELANGA )
SAKHIGOPAL NEWS