Breaking News

ଗାଲେରୀ ସରସ୍ବତୀ ଶିଶୁ ମନ୍ଧିର ପରିସରରେ ୭୩ ତମ ବନମହୋତ୍ସବ ପାଳିତ

The 73rd Forest Festival is celebrated at the Saraswati Shishu Mandir in Galeri

ଭଞ୍ଜନଗର-- ଉତ୍ତର ଘୁମୁସର ବନଖଣ୍ଡ ଗାଲେରୀ ଢୋଲପିଠା ବନାଞ୍ଚଳ  ପକ୍ଷରୁ ୭୩ ତମ ବନ ମହୋତ୍ସବ ସ୍ଥାନୀୟ ସରସ୍ବତୀ  ଶିଶୁ ମନ୍ଧିର  ବିଦ୍ୟାଳୟ ପରିସରରେ  ପାଳିତ ହୋଇଯାଇଛି। ବିଦ୍ୟାଳୟର ସମ୍ପାଦକ ରବି ନାରାୟଣ ଶତପଥୀ ୭୩ ତମ ବନମହୋତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ଉତ୍ସବ ରେ ମୁଖ୍ୟଅତିଥି ଭାବେ ପିଠା ବନାଞ୍ଚଳ ଅଧିକାରୀ ଶିବରାମ ନାୟକ ଯୋଗଦେଇଥିବାବେଳେ ବନପାଳ ବବୁଲୁ ସେଠୀ ,ବନରକ୍ଷୀ ଧରିତ୍ରୀ କୁମାରୀ ସାହୁ, ବିଦ୍ୟାଳୟର ବସନ୍ତ କୁମାର ବାଘ ଉପସଭାପତି, ଦୃତିକୃଷ୍ଣ ସାହୁ କେଷାଧକ୍ଷ  ସମେତ ବିଦ୍ୟାଳୟର ସମସ୍ତ ଗୁରୁଜି ଗୁରୁମା ଉପସ୍ଥିତ ରହିଥିଲେ।  ବିଦ୍ୟାଳୟର ଛାତ୍ରୀଛାତ୍ର  ମିଶି ସମସ୍ତେ ବିଦ୍ୟାଳୟ ଚାରିପଟେ ବୃକ୍ଷରୋପଣ କରିଥିଲେ । ଏହି ଅବସରରେ ଅନୁଷ୍ଠିତ  ବୈଠକରେ  ଅତିଥି ମାନେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ କହିଥିଲେ ଗଛ ହିଁ ମନୁଷ୍ୟଜାତି ପାଇଁ ଏକ ଜୀବନ । ଜଙ୍ଗଲ ବଢିବା ସହ ସବୁ ସ୍ଥାନରେ ବୃକ୍ଷରୋପଣ କରିବା ଦ୍ବାରା  ସ୍ଥୁସ୍ଥ ପରିବେଶ ଓ ସୁସ୍ଥ ଜଳବାୟୁ ମିଳିବା ଏବେ ପୃଥୀବପୃଥ ପାଇଁ ନିହାତି ଆବଶ୍ୟକ ବୋଲି କହିବା ସହ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତ ଦୁଷ୍ଟି ଦେବା ଜରୁରୀ ବୋଲି କହିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୭/୨୦୨୨---୮,୫୦    Sakhigopal News,5/7/2022

Blog Archive

Popular Posts