Breaking News

ଅଶୋକା ବିଲ୍ଡକନ୍ଓ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର

Blood donation camp on behalf of the devoted family of Ashoka Buildcon
ବରଗଡ଼ ---ଆଜି ଅଶୋକା ବିଲ୍ଡକନ୍ ଓ ନିଷ୍ଠା ପରିବାର ର ମିଳିତ ଆନୁକୁଲ୍ୟରେ ଟୋଲଗେଟ୍ ବରାହଗୋଡା, ବରଗଡ ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର କୁ ମୁଖ୍ୟ ଅତିଥି NHAI ର PD ନାଗେଶ୍ଵର ରାଏ ଓ ସୁବାଷ ବାରିକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ଏହି ଶିବିରରେ ସର୍ବମୋଟ୍ ୩୧ୟୁନିଟ୍ ରକ୍ତ ବରଗଡ଼ ରକ୍ତ ଭଣ୍ଡାର ଦ୍ୱାରା ସଂଗୃହୀତ ହୋଇଥିଲା। ଏହି ଶିବିରକୁ ନିଷ୍ଠା ପରିବାର ର ଉପ ସଭାପତି ଆଶିଷ କର, ଉପଦେଷ୍ଟା ଅଶ୍ଵିନୀ ତ୍ରିପାଠୀ, ସହ ସମ୍ପାଦକ ସଙ୍କେତ ଆଠଘରା, ଲିଙ୍ଗରାଜ ସାହୁ, ଚିତ୍ରସେନ ପ୍ରଧାନ, ଧର୍ମରାଜ ସାହୁ, ଭାଗିରଥି ସାହୁ ଓ ମହିଳା ଶାଖା ର ସଂଯୋଜିକା ତ୍ରିପୁରା ସୁହୁଳା, ରିନା ମହାରଣା, କେ. ସରସ୍ଵତୀ ସୂଚାରୁ ରୂପେ ପରିଚାଳନା କରିଥିଲେ। ନିଷ୍ଠା ପରିବାର ତରଫ ରୁ ଅଶୋକା ବିଲ୍ଡକନ,ଟୋଲଗେଟ୍ ବରାହଗୋଡା,ବରଗଡ ର ପଦାଧିକାରୀ ଙ୍କୁ ରକ୍ତ ଦାନ ଶିବିର ଆୟୋଜନ ପାଇଁ MOMENTO, ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ରକ୍ତ ଦାତା ଓ ଆୟୋଜକ ଙ୍କୁ ନିଷ୍ଠା ପରିବାର ତରଫ ରୁ ଧନ୍ୟବାଦ ଜଣାଇଛନ୍ତି ।
ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୫/୭/୨୦୨୨----୯,୧୦ , Sakhigopal News,5/7/2022

Blog Archive

Popular Posts