Breaking News

ଡେଲାଙ୍ଗ ବ୍ଳକରେ ମନରୋଗା କାର୍ଯ୍ୟକୁ ନେଇ ଜିଲ୍ଲାପାଳଙ୍କୁ ଅଭିଯୋଗ ; ବିଧାୟକଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ

 Complaints to the district commissioner about the mental illness in the Delang block; Fingers crossed

ଡେଲାଙ୍ଗ--- ଡେଲାଙ୍ଗ ବ୍ଳକରେ ସ୍ୱଚ୍ଚ ଶାସନ କିପରି ଚାଲିଛି ତାହା ଏବେ ପଦାରେ ପଡିଛି । କେନ୍ଦ୍ର ସରକାରଙ୍କ ମନରୋଗା ପ୍ରକଳ୍ପକୁ କିପରି ଲୁଟ କରାଯାଇଛି ତାହା ଗୁଆଳିପଡା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚକାଳନ୍ଦୀ ଜେନା ଜିଲ୍ଲାପାଳଙ୍କ ସହିତ ପଞ୍ଚାୟତରାଜ ବିଭାଗକୁ ଜଣାଇଛନ୍ତି । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକରେ ବିଗତ ଦିନରେ ଚାଇଁପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ  ଙ୍କ ଗୋଟିଏ ଅଭିଯୋଗରେ ଡେଲାଙ୍ଗ ବ୍ଳକର ମନରୋଗାରେ କାର୍ଯ୍ୟ କରିଥିବା ସମସ୍ତ ପ୍ରକଳ୍ପ ରଦ୍ଧ କରି ଦିଆଯାଇଥିଲା । ମାତ୍ର ଗୁଆଳିପଡା ସରପଞ୍ଚ ଶ୍ରୀ ଜେନା ଏ ସମ୍ପର୍କରେ ଭିଡିଓ ଓ ଫଟୋ ସହ ସମସ୍ତ ତଥ୍ୟ ବ୍ଳକ ପ୍ରଶାସନକୁ ଦେଲା ପରେ ମଧ୍ୟ ବ୍ଳକ ବିଡିଓ କେଉଁ କାରଣରୁ ତଦନ୍ତ ନ କରି ଏହି ପ୍ରକଳ୍ପ ପାଇଁ ଅର୍ଥ ମଞ୍ଜୁର କରୁଛନ୍ତି ତାହା ଏବେ ଆଲେଚନାର ବିସୟ ବସ୍ତୁ ହୋଇପଡିଛି । ଯେଉଁଠି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ସେଠାରେ ମାଟି ବିକ୍ରୟ କରାଯାଇଛି । ସେ ପଇସା ନେଇଛି କିଏସେ । ସେହିପରି ଜଣେ ଅଭିଯୋଗ କରିବା ପରେ ପ୍ରଶାସନ କ’ଣ ପାଇଁ ଚୁପ ହୋଇ ରହିଛି ତାହା ଏବେ ପ୍ରଶ୍ନବାଚୀ ହୋଇପଡିଛି । ଏଥିରେ ଡେଲାଙ୍ଗ ବ୍ଳକ ପ୍ରଶାସନର ହାତ ନାହିଁତ । ଅଭିଯୋଗ ଯିଏ ଆଣିଛନ୍ତି ସେ ଜଣେ ବିଜେଡିର କର୍ମୀ, ପୂର୍ବତନ ସରପଞ୍ଚ ଏପରିକି ଡେଲାଙ୍ଗ ବ୍ଳକର ବିଜେଡି ସଭାପତିଙ୍କ ଭାଇ ଅଟନ୍ତି । ଏପରିକି ତାଙ୍କ ପାଖରେ ସମସ୍ତ ପ୍ରମାଣ ରଖି ସେ ଅଭିଯୋଗ ଆଣିଛନ୍ତି ବୋଲି କହନ୍ତି ।  କେନ୍ଦ୍ର ସରକାର ମନରୋଗା କାର୍ଯ୍ୟରେ ଲୋକଙ୍କ ଦ୍ୱାରା କାମ କରିବା ପାଇଁ ଗାଇଡିଲାଇନି ରହିଥିବା ବେଳେ ଡେଲାଙ୍ଗ ବିଡିଓଙ୍କ ଗାଇଡିଲାଇନି ହେଉଛି ମେସିନରେ କାମ କରିବା । ଏହି ଘଟଣାରେ ଯୁବ ବିଧାୟକ ଏଘଟଣା ଜାଣି ମଧ୍ୟ ଚୁପ ହୋଇ ରହିବା ତାଙ୍କ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବା ଜଣସାଧାରଣରେ ଆଲେଚନାର ବିସୟ ହୋଇଛି । ଜିଲ୍ଲାପାଳ ତୁରନ୍ତ ସରଜମିନ ଜଦନ୍ତ କରିବା ସହ ଯେଉଁଠାରେ ଏହି ପ୍ରକଳ୍ପ କରାଯାଇଛି ଏବଂ ଅଭିଯୋଗ କାରିଙ୍କୁ ନେଇ ଏକ ତଦନ୍ତ କରାଯିବା ପାଇଁ ଶ୍ରୀ ଜେନା ଓ ଗ୍ରାମାବସୀ ମାନେ ନିବେଦନ କରିଛନ୍ତି । ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୪/୭/୨୦୨୨----୯,୧୦

Blog Archive

Popular Posts