ବସ ଭିତରେରେ ଜଣେ ଯାତ୍ରୀଙ୍କ ମୃତ୍ୟୁ
A passenger was killed inside the bus
ଭଞ୍ଜନଗର - ବସରେ ଯାଉଥିବା ବେଳେ ଜଣେ ଯାତ୍ରୀଙ୍କ ମୃତ୍ୟୁ ଘଟିଛି । ତାରସିଂ ଥାନା ଅନ୍ତର୍ଗତ ଗେରେଡା ଗ୍ରାମର ଖଦାଳ ପ୍ରଧାନଙ୍କର ଏକ ଘରୋଇ ବସରେ ମୃତ୍ୟୁ ଘଟିଛି। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟା ସମୟରେ ଘଟିଛି। ଖବର ନେବାରେ ମୃତ ଖଦାଳଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ସେ ବ୍ରହ୍ମପୁର ବଡଡାକ୍ତରଖାନାକୁ ଯାଇଥିଲେ । ଏବଂ ସେଠାରୁ ନିଜ ଗ୍ରାମକୁ ଫେରୁଥିଲେ । ଭଞ୍ଜନଗରରୁ ଦଶପଲ୍ଲା ଯାଉଥିବା ଏକ ଘରୋଇ ବସରେ ବସିଥିବା ସମୟରେ ଟଳିପଡିଥିଲେ । ସେଠାରୁ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୭/୨୦୨୨---୯,୧୦ Sakhigopal News,5/7/2022