Breaking News

ଗୋଟିଏ ପ୍ରକଳ୍ପ କାମ ବିଲ ହୋଇଗଲେ ଜିନିଷ ଉଠି ଅନ୍ୟ ଏକ ପ୍ରକଳ୍ପ ବିଲ ପାଇଁ ଯୋଜନା ; ନିମ୍ନମାନର କାମକୁ ନେଇ ଜନ ଅସନ୍ତୋଷ

When one project works bill, things get up and plans for another project bill; Public dissatisfaction with substandard work
ଜଟଣୀ --- ମୁଖ୍ୟମନ୍ତ୍ରୀ କର୍ମ ତତ୍ପରତା ଅଭିଯାନ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସହାୟତାରେ ପୌରପରିଷଦର ପ୍ରତ୍ୟକ ୱାର୍ଡରେ ବର୍ଷା ଜଳ ଅମଳ ପ୍ରକଳ୍ପ ଯୋଜନା କାର୍ଯ୍ୟକାରୀ ହୋଇଛି । ଗୋଟିଏ ପ୍ରକଳ୍ପ ପାଇଁ ସରକାର ୩୨ ହଜାର ୮ ସହ ଟଙ୍କା ବ୍ୟୟ ଅଟକଳ ରଖିଥିବା ବେଳେ ଏହି କାର୍ଯ୍ୟରେ 6 ଟି ନନ୍ଦ ଜାଗାରେ କେଉଁଠି ଚାରଟି, କେଉଁଠି 2 ଟି ନନ୍ଦ ଦେଇ ସେଥିରେ କେବଳ ମାଟି ଭର୍ତ୍ତି କରି ମାତ୍ର ପାଞ୍ଚ ଛଅ ହଜାର ଖର୍ଚ୍ଚକରି କାର୍ଯ୍ୟ ଶେଷ କରୁଥିବାର ଅଭିଯୋଗ ପ୍ରଥମରୁ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି । ଗୋଟିଏ ପ୍ରକଳ୍ପ ସରିଗଲା ଦେଖାଇ ତାର ବିଲ କରି ଟଙ୍କା ଉଠାଇ ନେବା ପରେ ସେହି ପ୍ରକଳ୍ପରୁ ନନ୍ଦ କାଢି ସେଥିରେ ମାଟି ଭର୍ତ୍ତି କରି ନନ୍ଦ ଗୁଡିକୁ ଆଉ ଏକ ପ୍ରକଳ୍ପରେ ଲଗାଇ କାମ କରି ନେଉଛନ୍ତି । ଏପରି କୋଟି କୋଟି ଟଙ୍କା ଚଳୁ କରୁଥିବା ଅଭିଯୋଗ ହେଉଛି । ଏହି ବାବଦରେ ଖବର ପ୍ରକାଶ ପାଇଥିଲେ ମଧ୍ୟ ସ୍ଥାନୀୟ ଉଚ୍ଚ କର୍ତୃପକ୍ଷଙ୍କ କୌଣସି ନିଘାନାହିଁ । ଠିକାଦାର ଏବଂ ଉଚ୍ଚ ପଦସ୍ଥ ଅଫିସରଙ୍କ ମଧ୍ୟରେ ମଧୁଚନ୍ଦ୍ରିକାରେ କାର୍ଯ୍ୟ ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ବର୍ତ୍ତମାନ ଆଜି ସାମାନ୍ୟ ଅସରାଏ ବର୍ଷାରେ ପ୍ରକଳ୍ପ ଗୁଡିକ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି । ପ୍ରକୃତରେ ଏହି ପ୍ରକଳ୍ପର ସଠିକ ରୂପେ ଯାଞ୍ଚ ହୁଏ ତେବେ ଏହାର ସତ୍ୟତା ପଦାକୁ ଆସିବ ବୋଲି ସାଧାରଣ ଜନତା ଦୃଢତାର ସହ ଦାବୀ କରୁଛନ୍ତି । ଜଟଣୀ ପୌରପରିଷଦ ଏଭଳି ଅନେକ ଯୋଜନା କାର୍ଯ୍ୟକାରୀ ହେଉଅଛି । କିନ୍ତୁ ପ୍ରତ୍ୟକ ଯୋଜନାରେ ଦୁର୍ନତି ମୂଳକ କାର୍ଯ୍ୟ ହେଉଛି ବୋଲି ସହର ବାସୀଙ୍କ ଚର୍ଚ୍ଚାର ବିଷୟ ପାଲଟିଛି । ବୁଦ୍ଧିଜୀବୀଙ୍କ ମତରେ ପ୍ରକୃତରେ ଜଟଣୀ ପୌରପରିଷଦ ଏକ ଦୁର୍ନୀତିର ଗନ୍ତାଘର କହିଲେ ଅତ୍ୟୁକ୍ତି ହେବନାହିଁ । ଜଟଣୀ ପୌରପରିଷଦରେ ଦୁର୍ନୀତିର ମୂଳ ପୋଛ ପାଇଁ ଭିଜିଲାନ୍ସ ତଦନ୍ତ ଦାବୀ କରୁଛନ୍ତି ସହର ବାସି ।

Blog Archive

Popular Posts