Breaking News

ନଗରପାଳ ବାଣ୍ଟିଲେ ଭତ୍ତା ଓ ଆବାସ ଯୋଜନା କାର୍ଯ୍ୟାଦେଶ

The mayor distributed the allowance and housing plan work orders
 
ଭଞ୍ଜନଗର---- ସ୍ଥାନୀୟ ଏନ୍ ଏ ସି କାର୍ଯ୍ୟାଳୟ କାଉନସିଲ ହଲ ପରିସରରେ ନଗରପାଳ ଗୋପବନ୍ଧୁ ମହାପାତ୍ର ଗରୀବ ଅସହାୟ ଅବସ୍ଥାରେ ରହୁଥିବା ୧୪ ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ସେହିପରି ୧୦ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଛନ୍ତି। ଏଥିପାଇଁ କାଉନସିଲ ହଲ୍ ରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ନିର୍ବାହୀ ଅଧିକାରୀ ଆଶୁତୋଷ ଗୈାରବ କର ଅଧ୍ୟକ୍ଷତା କରିଥିବା ବେଳେ ସମସ୍ତ କାଉନସିଲର ଉପସ୍ଥିତ ରହିଥିଲେ। କାର୍ଯ୍ୟକ୍ରମ କୁ କାର୍ଯ୍ୟାଳୟ କର୍ମଚାରୀ ଅଶୋକ ମହାପାତ୍ର ସଂଯୋଜନା କରିଥିବା ବେଳେ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୫/୭/୨୦୨୨---୯,୧୦ , Sakhigopal News,5/7/2022

Blog Archive

Popular Posts