ବରିଷ୍ଠ ନାଗରିକ ମଞ୍ଚର ବୈଠକ
Meeting of the Senior Citizens Forum
ଭଞ୍ଜନଗର-- ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ନାୟକ ଭବନ ଠାରେ ରବିବାର ଦିନ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ସୋମନାଥ ନାୟକ ବୈଠକ ରେ ସଭାପତିତ୍ୱରେ କରିଥିଲେ ।ସମ୍ପାଦକ ରବୀନ୍ଦ୍ର ନାଥ ଆଚାର୍ଯ୍ୟ ଜୁନମାସର କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ମାନ୍ୟବର ବିଭାଗୀୟ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଭୁବନେଶ୍ୱର କର୍ପୋରେସନ ର ପ୍ରତ୍ୟେକ ୱାର୍ଡରେ ବରିଷ୍ଠ ନାଗରିକ ମାନଙ୍କ ପାଇଁଚିତ୍ତ ବିନୋଦନ କେନ୍ଦ୍ର ଖୋଲା ଯିବାକୁ ଯେଉଁ ଘୋଷଣା କରଛନ୍ତି ତାକୁ ସ୍ୱାଗତ କରା ଯାଇଥିଲା । ପ୍ରତ୍ୟେକ ପୌରାଞ୍ଚଳ ସେପରି ଚିତ୍ତ ବିନୋଦନ କେନ୍ଦ୍ର ଖୋଲିବା ପାଇଁ ମାନ୍ୟବର ମନ୍ତ୍ରୀ ଙ୍କୁ ଅନୁରୋଧ କରାଯାଇ ପ୍ରସ୍ତାବ ଗ୍ରହଣ କରାଯାଇଛି। ଗୋପବନ୍ଧୁ ସେବା ସଂଘ ଧୁମଛାଇ ବରିଷ୍ଠ ନାଗରିକ ମାନଙ୍କ ପାଇଁ ଯେଉଁ ଚକ୍ଷୁ ଚିକିତ୍ସା ଶିବିର କରିବାକୁ ଯାଉଛି ତାକୁ ସ୍ୱାଗତ କରାଯାଇ ଥିଲା । ଯେଉଁ ସଭ୍ୟ ସଭ୍ୟା ମାନେ ଆଜି ସଦସ୍ୟତା ଗ୍ରହଣ କଲେ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ଉପ ଜିଲ୍ଲା ପାଳ ଜ୍ୟୋତି ପ୍ରକାଶ ପ୍ରଧାନକୁ ଚିତ୍ତ ବିନୋଦନ କେନ୍ଦ୍ର ପାଇଁ ଯେଉଁ ଚିଠି ଲେଖା ଯାଇଛି ତାକୁ ଅନୁମୋଦନ କରାଗଲା । ଡକ୍ଟର କମ୍ବୁପାଣି ସାମନ୍ତ, ପଣ୍ଡିତ ବିପ୍ରଚରଣ ସାହୁ ବାଳ କୃଷ୍ଣ ବେହେରା, ଅଭିମନ୍ୟୁ ଭୁଆଁ, ବାଳକୃଷ୍ଣ ପାଢ଼ୀ, ସନ୍ତୋଷ କୁମାର ମିଶ୍ର ରବିନାରାୟଣ ସାମନ୍ତ, ଗୋବିନ୍ଦ ଚନ୍ଦ୍ର ଲେଙ୍କା ଲଡ଼ୁକିଶୋର ପ୍ରଧାନ, ବିପିନ କୁମାର ବେହେରା, ମାଗୁଣି ମିଶ୍ର, ଶିବ ପ୍ରସାଦ ସୁବୁଦ୍ଧି, ପ୍ରତାପ ଚନ୍ଦ୍ର ସାହୁ, ସିମାଞ୍ଚଳ କର, ହୃଷିକେଶ ଲେଙ୍କା ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ । ସଭା ଶେଷରେ କୋଷାଧକ୍ଷ ବ୍ରଜ ଗୋପାଳ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ ୩/୭/୨୦୨୨---୮,୪୦ Sakhigopal News,3/7/2022