Breaking News

ଯୁବକଙ୍କର ଝୁଲନ୍ତା ମ୍ରୁତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

Family members have been charged with felony criminal mischief for trying to seduce a minor


ଓଡ଼ଗାଁ:- ଓଡ଼ଗାଁ ଥାନା ଅନ୍ତର୍ଗତ ବାଣ୍ଠପୁର ପଞ୍ଚାୟତ ବାଣ୍ଠପୁର ଗ୍ରାମର ମହେନ୍ଦ୍ର  ଖିଲାର(୨୩)ଙ୍କୁ ଟିକରପଲ୍ଲୀ ବୁଢାବୁଢୀଆଣୀ ରାସ୍ତା ପାର୍ଶ୍ୱ ଚାକୁଣ୍ଡା ଗଛରେ ବେକରେ ଗାମୁଛା ଗୁଡାଇ ଆତ୍ମହତ୍ୟା କରିଥିଲେ ।  ସ୍ଥାନୀୟ ଲୋକମାନେ ଦେଖିବା ପରେ ଘଟଣା ପ୍ରଚାରିତ ହୋଇଥିଲା । ଖବର ପାଇ ମହେନ୍ଦ୍ରଙ୍କ ବାପା ବୈକୁଣ୍ଠ ଖିଲାର ଏବଂ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ । 
                          ଖବରପାଇ ଓଡ଼ଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମହେନ୍ଦ୍ରର ଶବ ଜବତ କରି ଓଡ଼ଗାଁ ଡାକ୍ତରଖାନାକୁ ଶବ ବ୍ୟବଛେଦ କରିବା ପାଇଁ ପଠାଇଥିଲେ। ମ୍ରୁତ ମହେନ୍ଦ୍ରର ବାପା ବୈକୁଣ୍ଠଙ୍କ ଅଭିଯୋଗ ଅନୁସାରେ ଓଡ଼ଗାଁ ପୋଲିସ ଏକ ଅପମ୍ରୁତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। 
                  ସୂଚନା ଯୋଗ୍ୟ ଯେ, ମହେନ୍ଦ୍ର ଖିଲାର ଗୁରୁବାର ଅପରାହ୍ନରେ ଭୁବନେଶ୍ୱରରୁ ଘରକୁ ଫେରିଥିଲେ।କିନ୍ତୁ ନିକଟସ୍ଥ କୁରାଢିଘଷା ଗ୍ରାମର ଟିଟୁ ବାରିକ ଆସି ସନ୍ଧ୍ଯା ବେଳେ ମହେନ୍ଦ୍ରକୁ ନାଚ ଆଖଡ଼ା ଦେଖିବା ପାଇଁ କୁରାଢ଼ିଘଷା ନେଇଯାଇଥିଲା। ସେହିଦିନ ଆଉ ଘରକୁ ଫେରି ନଥିଲେ ମହେନ୍ଦ୍ର। ପରିବାର ଲୋକେ ତା' ପରଦିନ ସକାଳୁ ସକାଳୁ ମହେନ୍ଦ୍ରକୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ।  ଏଣୁ ପରିବାରର ଅଭିଯୋଗ ଅନୁସାରେ ଟିଟୁ ବାରିକ ମହେନ୍ଦ୍ରକୁ ହତ୍ଯା କରି ଗଛରେ ଟାଙ୍ଗି ଦେଇଥିବା କଥା ମହେନ୍ଦ୍ର ଓ ତାଙ୍କ ପରିବାର  ଲୋକମାନେ ସନ୍ଦେହ କରି ଥାନାରେ ଅଭିଯୋଗ କରିଥିଲେ। ତଦନୁଯାୟୀ ଅଭିଯୁକ୍ତକୁ ଓଡ଼ଗାଁ ପୋଲିସ ନିଜ ହେପାଜତକୁ ଆଣିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରସମିତ ହୋଇଥିଲା। 
          ଅନ୍ୟ ପକ୍ଷରେ ବ୍ୟବଚ୍ଛେଦ ପାଇଁ ଶବ ଓଡ଼ଗାଁ ଡାକ୍ତରଖାନାରେ ସକାଳ ୬ଟାରୁ ଦିନ ୩ ଘଣ୍ଟିକା ପର୍ଯ୍ୟନ୍ତ ପଡି ରହିବାର ଦେଖାଯାଇଥିଲା। ଏଥିପାଇଁ ପରିବାର ଲୋକେ ଏବଂ ସମ୍ପର୍କୀୟ ଡାକ୍ତରଖାନା କର୍ତୁପକ୍ଷଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ।ଏଥିସହ ଉକ୍ତ ଅବହେଳା ପାଇଁ ସାଧାରଣରେ ପ୍ରଶ୍ନବାଚୀ ସ୍ରୁଷ୍ଟି ହୋଇଛି। ଶବ ବ୍ୟବଚ୍ଛେଦ  ପରେ ଓଡ଼ଗାଁ ପୋଲିସ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମେଡିକାଲ ରିପୋର୍ଟ ଏବଂ ତଦନ୍ତ ପ୍ରକ୍ରିୟା ଶେଷ ହେଲେ ପ୍ରକୃତ  ତଥ୍ୟ ଜଣାପଡ଼ିବ। 

ରିପୋର୍ଟ:- ଦିଲ୍ଲୀପ୍ କୁମାର ବିଶୋଇ, ଓଡ଼ଗାଁ
ତା:- ୧୬/୭/୨୦୨୨-----୫,୧୦  Sakhigopal News,16/7/2022

Blog Archive

Popular Posts