କାହା ନିର୍ଦେଶରେ ଚାଲିଛି ଚୋରା ବାଲିଘାଟ; ବାଲିଘାଟ ଚଳାଇବାରେ ମୁଖ୍ୟ ସୂତ୍ରଧର କିଏ ବାଙ୍କୀ ତହସିଲଦାର ନା ଆଉ କିଏ
Whose orders are the smuggled sand dunes? Who else is the main tehsildar in the running of Balighat?
କଟକ ----ବାଙ୍କୀ ତହସିଲ ଅନ୍ତର୍ଗତ ଓସ୍ତିଆ ବାଲିଘାଟକୁ ସରକାରୀ ନିୟମ ଅନୁସାରେ ଟେଣ୍ଡର ମିଳିଥିଲା । ଓସ୍ତିଆ ଠାରେ ବାଲିଘାଟ ଖୋଲାଯିବା ପରିବର୍ତ୍ତେ ବାଲିଘାଟ ମାଲିକ ସୁବର୍ଣ୍ଣପୁର କୁ ସଂଯୋଗ କରୁଥିବା ମହାନଦୀ ବନ୍ଧକୁ ଜଳ ସମ୍ପଦ ବିଭାଗର ବିନା ଅନୁମତିରେ ମହାନଦୀ ବନ୍ଧ କାଟି ବେଆଇନଭାବେ ଦିବାରାତ୍ର ଶହଶହ ହାଇୱା ଗାଡି ,ଟ୍ରାକ୍ଟର ଓ ଟ୍ରକରେ ବାଲି ଚାଲାଣ କରୁଥିବା ଜଣାପଡ଼ିଛ । ବାଙ୍କୀ ତହସିଲ ପକ୍ଷରୁ ଉକ୍ତ ବେଆଇନ ବାଲିଘାଟକୁ ବନ୍ଦ ମଧ୍ୟ କରାଯାଇଥିଲା । ବାଲି ମାଫିଆମାନେ ତହସିଲଦାରଙ୍କ କଥାକୁ ଅମାନ୍ୟ କରି ବେଆଇନ ଭାବେ ବାଲି ଚାଲାଣ କରିବାରେ ଲାଗିପଡିଛନ୍ତି। ବାଲି ମାଫିଆମାନେ ତହସିଲଦାରଙ୍କ ନିର୍ଦ୍ଧେଶକୁ ଅମାନ୍ୟ କରି ବେଆଇନଭାବେ ବାଲି ଚାଲାଣ କରୁଛନ୍ତି ନା ବାଲି ମାଫିଆ ଓ ବାଙ୍କୀ ତହସିଲର ମିଳିତ ସହଯୋଗରେ ବେଆଇନଭାବେ ବାଲି ଚାଲାଣ ହେଉଛି ତାହା ସଧାରଣରେ ଆଲୋଚନାର ବିଷୟବସ୍ତୁ ହୋଇ ପଡ଼ିଛି । ବାଙ୍କୀ ତହସିଲ ପକ୍ଷରୁ ଉକ୍ତ ବେଆଇନ ବାଲିଘାଟକୁ ବନ୍ଦ କରାଯାଇଥିଲା।ତତ୍ପରେ ବାଲି ଚାଲାଣ କାରୀ ମାଫିଆମାନେ ସେତିକରେ ନିରବ ନରହି ବିନା ସରକାରୀ କାଗଜପତ୍ରରେ ବେଆଇନ ଭାବେ ଚୋରା ବାଲିଚାଲାଣ କରିବାରେ ଲାଗିଛନ୍ତି । ଯାହାଫଳରେ କି ସରକାରଙ୍କର କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଥିବା ଜଣାପଡିଛି।ବାଙ୍କୀ ତହସିଲଦାର ସତ୍ୟନାରାୟଣ ପଣ୍ଡା ରଥଯାତ୍ରା ଡିଉଟିରେ ପୁରୀରେ ଥିବା ସମୟରେ ତାହାର ସୁଯୋଗ ନେଇ ବାଲି ମାଫିଆ ମାନେ ବେଆଇନ ଭାବେ ଚୋରାରେ ଦିନକୁ ଲକ୍ଷଲକ୍ଷ ଟଙ୍କାର ବାଲି ଚାଲାଣ କରୁଥିବା ଜଣାପଡିଛି।ବାଙ୍କୀ ତହସିଲ ଦାୟିତ୍ୱରେ ଥିବା ଡମପଡା ତହସିଲଦାର କ୍ଷୀତିସ ବେହେରାଙ୍କୁ ଏ ସମ୍ପର୍କରେ ପଚାରିବାରୁ କହିଲେ ମୁଁ ବାଙ୍କୀ ତହସିଲ ଦାଇତ୍ୱ ନେବାପରେ ଉକ୍ତ ବାଲିଘାଟକୁ ଯାଇ ବେଆଇନ ଭାବେ ଚୋରା ବାଲି ଚାଲାଣ କରାଯାଉଥିବା ସମୟରେ ବାଲି ଗାଡିକୁ ଜବତ କରି ଫାଇନ ଆଦାୟ କରିବା ସହିତ ବାଲିଘାଟ ସମ୍ପୂର୍ଣ ବନ୍ଦ କରିବାକୁ ତାଗିଦ କରିଛି ।
କଟକରୁ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ରିପୋର୍ଟ , ୧୬/୭/୨୦୨୨-----୫,୨୦ Sakhigopal News,16/7/2022