Breaking News

ବିଷଧର ସାପ କାମୁଡାରେ ଯୁବକର ମୃତ୍ୟୁ

Young man dies of venomous snakebite
ଭଞ୍ଜନଗର---ବିଷଧର ସାପ କାମୁଡାରେ ଯୁବକର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକଷଣ୍ଢା ଗ୍ରାମର ନାରାୟଣ ଜେନାଙ୍କ ପୁଅ ବଳରାମ ଜେନାଙ୍କର । ଖବର ନେବାରେ ବଳରାମ ଘର ସଫା କରୁଥିବା ସମୟରେ ଘରର ଚାଳରେ ଥିବା ବିଷଧର ସାପଟି ହଠାତ୍ ବଳରାମକୁ କାମୁଡି ଦେବା ଫଳରେ ବଳରାମ ଗୁରୁତର ହେଇପଡିଥିଲେ। ସଙ୍ଗେ ସଙ୍ଗେ ଗାଭଁଳିଆ ଝାଡଫୁଙ୍କା କରୁଥିବା ବେଳେ କୈଣସି ସଫଳ ମିଳିନଥିଲା ।ଯାହା ଫଳରେ ବଳରାମ ଗୁରୁତର ହେଇପଡିଥିଲେ ।ସଙ୍ଗେସଙ୍ଗେ ଗୋବରା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭତ୍ତି କରି ଥିଲେ ।ଏଠାରେ ଡାକ୍ତର ବଳରାମକୁ ମୃତ ଘୋଷଣା କରିଥିଲେ ।ଏହି ମୃତ୍ୟୁ ଖବର ଗାଙ୍ଗପୁର ପୁଲିସ ପାଇବା ପରେ ଗୋବରା ଡାକ୍ତରଖାନାରେ ପହଞ୍ଚି ବଳରାମ ଶବକୁ ଜବତ କରିବା ସହ ତଦନ୍ତକରି ବ୍ୟବଛେଦ ପାଇଁ ଭଞ୍ଜନଗର ବ୍ୟବଛେଦ ଗୃହକୁ ପଠାଇ ଦିଆଯାଇଥିଲା ।ମୃତବଳରାମର ଘଟଣାକୁ ନେଇ ଗାଙ୍ଗପୁର ଥାନା କେସନଂ ୧୫/୨୨ରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ଥାନା ସୁତ୍ରରୁ ଜଣାପଡିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୫/୭/୨୦୨୨---୭,୨୦  Sakhigopal News,15/7/2022

Blog Archive

Popular Posts