ହରିଶୟନ ଏକାଦଶୀରେ ସାକ୍ଷୀଗୋପିନାଥଙ୍କୁ ଲାଗିହେଲା ସ୍ୱତନ୍ତ୍ର କୋରା
On Harishayan Ekadashi, Sakshigopinath was given a special kora
ସାକ୍ଷୀଗୋପାଳ---- ସାକ୍ଷୀଗୋପିନାଥଙ୍କର ହରିଶୟନ ଏକାଦଶୀ ପର୍ବ ପାଳିତ ହୋଇଯାଇଛି । ଏହି ଅବସରରେ ବଡସିଂହାର ବେଶରେ ସାକ୍ଷୀଗୋପିନାଥ ଓ ମା ରାଧାରାଣୀଙ୍କୁ ନୂତନ ବସ୍ତ୍ର ଲାଗି କରାଯାିବା ପରେ ଫୁଲ,ତୁଳସୀ, ଚନ୍ଦନଲାଗି କରାଯିବ । ପରେ ପରେ ଠାକୁରଙ୍କ ପାଖରେ କୋରା ଭୋଗ କରାଯିବା ପରେ ଠାକୁର ଆଜି ଠାରୁ ଶୟନ କରିବେ ବୋଲି ମନ୍ଦିର ସୁପର ଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି । ଆସନ୍ତା କାର୍ତ୍ତିକ ମାସ ବଡ ଏକାଦଶୀ ତଥା ଦେବୋତଥାପନ ତିଥିରେ ଠାକୁର ଉଠି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେବେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୭/୨୦୨୨--୮,୫୫
Sakhigopal News, 10/7/2022