Breaking News

ସାକ୍ଷୀଗୋପାଳ ସ୍ଥିତ ବରାଳ ଗ୍ରାମରେ ଥିବା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ୩ୟ ବାର୍ଷିକ ଉତ୍ସବ

The third anniversary of the founding of the Jagannath Temple at Baral village in Sakshigopala
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକର ବରାଳ ଗ୍ରାମରେ ଅବସ୍ଥିତ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ୩ୟ ବାର୍ଷିକ ଉତ୍ସବ ଅବସରରେ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଯଜ୍ଞରେ କର୍ତ୍ତା ଭାବେ ପ୍ରଫୁଲ ମହାପାତ୍ର ଓ କର୍ତ୍ତୀ ଭାବେ ପାର୍ବତୀ ମହାପାତ୍ର ରହିଥିଲେ । ପଣ୍ଡିତ ବାଳକୃଷ୍ଣ ପଣ୍ଡାଙ୍କ ସହିତ ସାଥୀ ମାନେ ଯଜ୍ଞ କାର୍ଯ୍ୟତୁଲାଇଥିଲେ । କଳସଯାତ୍ରା, ସାଲାପୂଜା, ଅଗ୍ନିସ୍ଥାପନ, ସନ୍ଧ୍ୟା ଅଳତୀ, ସୂର୍ଯ୍ୟପୂଜା, ଗୋ ପୂଜା, ବିଷ୍ଣୁଙ୍କ ଷୋଡଶ ଉପଚାର, ଗୀତା ଆହୂତି, କରାଯାଇଥିଲା । ରବିବାର ଦିନ ପୂର୍ଣ୍ଣାହୂତି ଦେଖିବା ପାଇଁ ଆଖ ପାଖ ଗ୍ରାମରୁ ଲୋକଙ୍କ ଭିଡ ପରିଲକ୍ଷିତ ହୋଇଥିଲା । ବିଭିନ୍ନ ଦିନରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗ୍ରାମାବସୀ ମାନେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୭/୨୦୨୨--୮,୫୫



Sakhigopal News, 10/7/2022

Blog Archive

Popular Posts