Breaking News

ଗାଁ କଲ୍ୟାଣ ସମିତିର କର୍ମଶାଳା ଅନୁଷ୍ଠିତ

 Village Welfare Committee workshop held
ସାକ୍ଷୀଗୋପାଳ---  ଅଳଗୁମ ପଞ୍ଚାୟତ ସମିତି ସଭାଗୃହରେ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଶାକର୍ମୀ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ନେଇ କରୋନା,ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ନାଏବ ସରପଞ୍ଚ ଧିରଞ୍ଜନ ବିଶ୍ଵାଳଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ଗାଁ କଲ୍ୟାଣ ସମିତି ସଭାନେତ୍ରୀ ମମତା ବରାଳ, ସମିତି ସଭ୍ୟା ପୁଷ୍ପାଞ୍ଜଳି ବିଶ୍ଵାଳ ପ୍ରତି ୱ।ଡର ସଭ୍ୟ/ସଭ୍ୟା ଉପସ୍ଥିତ ଥିଲେ। ହାତଧୂଆ ପଦ୍ଧତି,ମାକ୍ସ ପରିଧାନ, ସାମାଜିକ ଦୂରତା ବଜାୟ,ସାନିଟ୍ରାଇଜରର ବ୍ୟବହାର ପଦର୍ଶନ କରାଯାଇଥିଲା ।  ଘର ଆଗରେ ପାଣି,ଅଳିଆ ଆବର୍ଜ୍ଜନା ଜମା ନ କରିବା, ଦିନ ବେଳା, ରାତିରେ ଶରୀର ଆବରଣ ହୋଇ ରହିବା ଭଳି ପୋଷାକ ପିନ୍ଧିବା,ଗରମ ଖାଦ୍ୟ ଖାଇବା ସହ ଗରମ ପାଣି ପିଇବା,ମସୁରି ଟାଣି ଶୋଇବା, ପାଣି ଜମିଥିବା ସ୍ଥାନରେ ଡେଙ୍ଗୁ ମଶା ମାରିବା ପାଇଁ ଔଷଧ ଛିଞ୍ଚନ କରିବା ପରାମର୍ଶ ବିଷୟରେ ଆଲୋଚନା କରାଯାଇଥିଲା। ମାତ୍ର ଦୁଃଖର ବିଷୟ ଜଣେ ବି ସ୍ବାସ୍ଥ୍ୟ ବିଭାଗ କର୍ମୀ ଏହି ସଭାରେ ଯୋଗଦେଇନଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୬/୭/୨୦୨୨---- ୫,୨୫     Sakhigopal News,16/7/2022

Blog Archive

Popular Posts