Breaking News

ଅଳଗୁମସ୍ଥିତ ଗତିଶ୍ୱର ଦେବଙ୍କ ପୀଠକୁ ଗ୍ରାମୀଣ ପର୍ଯ୍ଯଟନସ୍ଥଳୀର ମାନ୍ଯତା ମିଳୁ



 

 ସାକ୍ଷୀଗୋପାଳ ----  ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଅଳଗୁମସ୍ଥିତ ଗତିଶ୍ୱର ମହାଦେବଙ୍କ ପୀଠ ରୂଦ୍ରାଭିଷେକ ପରିଷଦ ପକ୍ଷରୁ ଦାବି କରାଯାଇଛି ଉକ୍ତ ପୀଠକୁ ଗ୍ରାମୀଣ ପର୍ଯ୍ଯଟନସ୍ଥଳୀର ମାନ୍ଯତା  ମିଳୁ । ଏହି ପରିପ୍ରେକ୍ଷୀରେ ରୂଦ୍ରାଭିଷେକ ପରିଷଦ ପକ୍ଷରୁ ଗତିଶ୍ୱର ମନ୍ଦିର ନିକଟରେ ଆଲୋଚନା ସଭା ଦର୍ପ ନାରାୟଣ  ମହାନ୍ତିଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଥିଲା   ।  ବାର୍ଷିକ ବିବରଣୀ ପାଠ କରାଯିବା ପରେ ଆଲୋଚନା ସଭା କରାଯାଇ ଥିଲା  । ଦ୍ୱାଦଶ ଶତାବ୍ଦୀର ଠାକୁରଙ୍କ ଏହି ମନ୍ଦିରର ଉନ୍ନତି କରଣ ସହିତ ଏହାକୁ ଗ୍ରାମୀଣ ପର୍ଯ୍ଯଟନସ୍ଥଳୀର ମାନ୍ଯତା ପ୍ରଦାନ କରାଯିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ଥାବ ଗ୍ରହୀତା ହୋଇଥିଲା  । ଏ ସଂପର୍କରେ ମୁଖ୍ଯମନ୍ତ୍ରୀ  , ଉପମୁଖ୍ୟମନ୍ତ୍ରୀ  , ବିଭାଗୀୟ ସଚୀବ ଓ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯିବା ପାଇଁ ଏକ କମିଟି ଗଠନ କରାଯାଇ ଥିଲା  । ସେହିପରି ପ୍ରତିବର୍ଷ ପରି ଆସନ୍ତା ଅଁଳା ନବମୀଠାରୁ କାର୍ତ୍ତିକ ପୂର୍ଣ୍ଣମୀ ପର୍ଯ୍ୟନ୍ତ ହେବାକୁ ଥିବା ମେଳା ଓ ରୁଦ୍ରାଭିଷେକ ସଂପର୍କରେ ଆଲୋଚନା କରାଯାଇ ମେଳା ଟି କିପରି ଅଧିକ ଆକର୍ଷଣୀୟ ହୋଇପାରିବ ସେ ବିଷୟରେ ସଭ୍ଯ ମାନେ ନିଜନିଜର ମତ ଉପସ୍ଥାପନ କରିଥିଲେ  । ଏହି ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା  ' ଶିଳାଲେଖ ' ପାଇଁ ଲେଖା ପଠାଇବା ପାଇଁ ସୂଚନା ପ୍ରଦାନ କରାଯାଇ ଥିଲା  । ଆସନ୍ତା ଅକ୍ଟୋବର ୨ ତାରିଖରେ ଗଣସଫେଇ କାର୍ତ୍ତିକ ମେଳା ସୂଚାରୁରୁପେ ସମ୍ପାଦନ କରିବା ପାଇଁ ପୁନର୍ବାର କମିଟି ସଦସ୍ଯ ମାନଙ୍କର ବୈଠକ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା  । ଏଥିରେ ସମ୍ପାଦକ ଉପେନ୍ଦ୍ର ପଣ୍ଡା  , ପ୍ରଶାନ୍ତ ବିଶ୍ୱାଳ  , ନିତିଶ ମହାନ୍ତି  , ଯୋଗେନ୍ଦ୍ର ରାଉତ  , ପାଣ୍ଡବ ମହାରଣା  , ମନୋରଞ୍ଜନ ପ୍ରଧାନ  , କାମଦେବ ଜେନା  , କୁବେର ପ୍ରଧାନ  , ବନମାଳୀ ପ୍ରଧାନ  , ରବୀନ୍ଦ୍ର ସାହୁ  ଓ ଲଲାଟ ନାୟକ ପ୍ରମୁଖ ସଭ୍ଯ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ  । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୨୬/୮/୨୦୨୫---୭,୨୫ Sakhigopal News,26/8/2025

Blog Archive

Popular Posts