ନର୍ଦ୍ଦମା ଜଳ ପ୍ରକଳ୍ପ ଗଠନ କରି ଚର୍ଚ୍ଚାରେ ପୌରପରିଷଦ
The municipality is in the process of forming a sewerage project
ଜଟଣୀ ---ପୌରପରିଷଦ ଅଧୀନରେ ଥିବା ୧୦ ନଂ ୱାର୍ଡ ଅନ୍ତର୍ଗତ ବିକାଶ ନଗର ଅଞ୍ଚଳରେ ପୌରପରିଷଦ ଏବଂ ସ୍ଥାନୀୟ ସଭ୍ୟାଙ୍କ ସହାୟତାରେ ବିଭିନ୍ନ ସ୍ଥାନରେ ନର୍ଦ୍ଦମା ଜଳ ପ୍ରକଳ୍ପ ଯୋଜନା କାର୍ୟ୍ୟକାରୀ ହୋଇଅଛି । ଏହି ଷ୍ଟ୍ରକ୍ଚର ଗଠନ ହେବା ପରେ ଏଥିରେ ୱାର୍ଡ ବାସୀଙ୍କ ବ୍ୟବହୃତ ମଇଳାପାଣି ଜମା ହୋଉ ଧୀରେ ଧୀରେ ଏହି ପାଣି ମାଟିରେ ଝରି ପାଖ ଆଖରେ ଥିବା କୂଅ ଏବଂ ନଳକୂଅ ପାଣି ଦୂଷିତ ହେବାର ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା । ଅଜାଣତରେ ଏହି ଦୂଷିତ ପାଣି ପିଇ କିଛି ବାସିନ୍ଦା ଝାଡା ବାନ୍ତିରେ ଆକ୍ରାନ୍ତ ହେବାର ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ମତରେ ରାଜ୍ୟ ସରକାର ଜଳର ଅଭାବ ଦୂର କରିବାପାଇଁ "ମୁକ୍ତା ଯୋଜନା "ମାଧ୍ୟମରେ "ବର୍ଷା ଜଳ ପ୍ରକଳ୍ପ ଯୋଜନା "କାର୍ୟ୍ୟକାରୀ କରିବାର ନିର୍ଦ୍ଧେଶ ଥିବାବେଳେ ୧୦ ୱାର୍ଡରେ ଏହି ଯୋଜନାର ବ୍ୟତିକ୍ରମ ଦେଖାଦେଇଛି । ବର୍ଷା ଜଳ ପ୍ରକଳ୍ପ" ଯୋଜନା ଜାଗାରେ "ନର୍ଦ୍ଦମା ଜଳ ପ୍ରକଳ୍ପ " ଗଠନ କରିବା ଏହା କେତେ ଦୂର ଯଥାର୍ଥ ଅଞ୍ଚଳ ବାସି ପ୍ରଶ୍ନ ଉଠାଇଛନ୍ତି । ଏହି ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ବାସିନ୍ଦା ଆଇନଜୀବି ରବି ରାଉତରାୟ । ଆଇନଜୀବୀଙ୍କ କହିବା ଅନୁସାରେ ନିଜର ବାସସ୍ଥାନର ଶହେ ମିଟର ଦୂର ରାସ୍ତା ପାର୍ଶ୍ୱରେ ଏକ ନର୍ଦ୍ଦମା ଜଳ ପ୍ରକଳ୍ପ କୁଣ୍ଡ ଗଠନ କରିବା ଫଳରେ ନିଜସ୍ୱ ଅର୍ଥରେ ନିର୍ମିତ କୂଅ ପାଣି ବର୍ତ୍ତମାନ ସମ୍ପୂର୍ଣ୍ଣ ଦୂଷିତ । ଏହି ଦୂଷିତ ପାଣି ପିଇ ନିଜେ ଏବଂ ପରିବାର ଝାଡା ବାନ୍ତିରେ ଆକ୍ରାନ୍ତ ବୋଲି ସେ କହିଛନ୍ତି । ଏହି ବାବଦରେ ଅଭିଯୋଗ ନିଜେ ପୌର ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସମାଧାନ ହୋଇନାହିଁ । ଭବିଷ୍ୟତରେ ଏହାର କୌଣସି ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାନଯାଏ ତେବେ ସ୍ଥାନୀୟ ଅଞ୍ଚଳରେ ବସବାସ କରୁଥିବା ବାସିନ୍ଦା ବହୁ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ସୃଷ୍ଟି କରିପାରେ ବୋଲି ବୁଦ୍ଧିଜୀଙ୍କ ମତ ପ୍ରକାଶ ପାଇଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ, ୪/୭/୨୦୨୨--୫୨୦
Sakhigopal News, 4/7/2022