Breaking News

ଜନଶୂନ୍ଯରେ ଶେଷ ହେଲା ଜନଶୁଣାଣୀ ଶିବିର : ୩୭ ଟି ପଞ୍ଚାୟତ ରୁ ୧୦୬ ଟି ଅଭିଯୋଗ

Public hearings ended in a massacre: 108 complaints from 34 panchayats


ବାଲେଶ୍ବର----- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଶିକ୍ଷକ ଭବନ ପରିସରରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲାପାଳ ଦତ୍ତାତ୍ରେୟ ବାହୁସାହେବ ସିନ୍ଧେ ଓ ଏସପି ସୁଧାଂଶୁ ଶେଖର ମିଶ୍ର, ପିଡି ରବୀନ୍ଦ୍ର କୁମାର ସାହୁ, ବିଡ଼ିଓ ପର୍ଶୁରାମ ପଣ୍ଡା ଓ ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଖଇରା ବ୍ଲକର ୩୭ ଗୋଟି ପଞ୍ଚାୟତରୁ ମୋଟ ୧୦୬ ଟି ଦରଖାସ୍ତ ବିଭିନ୍ନ ସମସ୍ୟା ବାବଦରେ ଆସିଥିଲା । ପ୍ରତ୍ୟେକ ଥର ମିଳିତ ଜନଶୁଣାଣୀ ପୂର୍ବରୁ ଡାକବାଜି ଯନ୍ତ୍ର ଦ୍ବାରା ଜନସାଧାରଣଙ୍କୁ ଅବଗତ କରାଯାଇଥାଏ । ମାତ୍ର ଦୁଃଖର ବିଷୟ ଏଥର ଜନସାଧାରଣ ମାନଙ୍କୁ ଜଣାଯାଇ ନଥିଲା କି ଡାକବାଜି ଯନ୍ତ୍ର ମାଧ୍ୟରେ ସମଗ୍ର ବ୍ଲକରେ ପ୍ରଚାର କରାଯାଇ ନଥିଲା । ଯେହେତୁ ଖଇରା ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟିଛି ବୋଲି ଲୋକମାନେ କହନ୍ତି । ପ୍ରଚାର କଲେ ବହୁ ଲୋକଙ୍କ ସମାଗମ ହେବ ଦୁର୍ନୀତି ବିଷୟରେ ଜିଲ୍ଲାପାଳ ଜାଣିଯିବେ, ସେହି ଭୟରେ ବିଡ଼ିଓ ପର୍ଶୁରାମ ପଣ୍ଡା ଜନସାଧାରଣଙ୍କୁ ନଡାକି କେବଳ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ଶୁଣାଣୀର ସ୍ବଳ୍ପ ସମୟ ପୂର୍ବରୁ ମେସେଜ୍ ମାଧ୍ୟମରେ ଡାକିଥିଲେ । ଯାହାକୁ ନେଇ ପଞ୍ଚାୟତ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।  ଏଥିରୁ ଅନୁମାନ କରାଯାଉଛି ଖଇରା ବ୍ଲକରେ ସମସ୍ୟା ନାହିଁ, ରାମ ରାଜ୍ୟ ଆସିଯାଇଛି, ବିଡ଼ିଓ ପର୍ଶୁରାମ ପଣ୍ଡା ଖଇରା ବାସୀଙ୍କୁ ରାମରାଜ୍ଯ ଆଣିଦେଇଛନ୍ତି । 
ସବୁଠାରୁ ବଡ଼ ଦୁଃଖର ବିଷୟ ସାମ୍ବାଦିକ ମାନଙ୍କୁ ଡାକି ଅପମାନ କରାଯାଇଛି । ମାତ୍ର ୨ ଜଣ ସାମ୍ବାଦିକଙ୍କୁ ଛାଡି ଦେଲେ ଅନ୍ୟ ସାମ୍ବାଦିକ ମାନଙ୍କ ପାଇଁ ବସିବାର ସ୍ଥାନ ନଥିଲା । ଏହା ଗଣତନ୍ତ୍ରର ଚତୁର୍ଥ ସମ୍ଭ ପ୍ରତି ବିଡିଓ ପଣ୍ଡାଙ୍କର ଅପମାନ ନୁହେଁ କି ?। ଏ ବାବଦରେ ବିଡ଼ିଓ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ ପ୍ରତ୍ୟେକ କର୍ମଚାରୀଙ୍କୁ କାର୍ଯ୍ୟ ବାଣ୍ଟି ଦେଇଛି, କିଏ କ'ଣ କଲା କି ନକଲା କହିପାରିବି ନାହିଁ ବୋଲି କହି ଏଡାଇ ଦେଇଥିଲେ । ପ୍ରଚାର ହୋଇଥିଲେ ବହୁ ଲୋକଙ୍କ ସମାଗମ ହୋଇଥାନ୍ତା, କିନ୍ତୁ ପ୍ରଚାର ଅଭାବରୁ ବ୍ଲକ ପରିସର ଜନଶୂନ୍ଯରେ ପରିଣତ ହୋଇଥିଲା । ଏକଥା ଆସିଥିବା ଜନସାଧାରଣ ପ୍ରକାଶ କରିଛନ୍ତି । ଜିଲ୍ଲାପାଳ ପଞ୍ଚାୟତ ସ୍ତରୀୟ ଜନଶୁଣାଣୀ କରନ୍ତୁ ତା ହେଲେ ବ୍ଳକ ପ୍ରଶାସନ ର ମୁଖା ଖୋଲି ଯାଆନ୍ତା ବୋଲି ପଞ୍ଚାୟତ ନିର୍ବାଚିତ ହୋଇଥିବା ପ୍ରତିନିଧି ମାନେ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।

ବାଲେଶ୍ଵରରୁ କିଶୋର କୁମାର ବେହେରାଙ୍କ ରିପୋର୍ଟ,୪/୭/୨୦୨୨ ----୬,୪୦ Sakhigopal News,4/7/2022

Blog Archive

Popular Posts