Breaking News

ସାକ୍ଷୀଗୋପାଳରେ ରାମନବମୀ ପର୍ବ ପାଳନ

Celebrating Ramnabami in Sakshigopala.


ସାକ୍ଷୀଗୋପାଳ----ସାକ୍ଷୀଗୋପିନାଥ ଦେବଙ୍କ ମନ୍ଦିର ସଲଗ୍ନରେ ରହିଛି ରାମ ମନ୍ଦିର । ପ୍ରତି ବର୍ଷ ଚୈତମାସ ଶୁକ୍ଳ ନବମୀ ତିଥିରେ ପୁରାଣ ଶାସ୍ତ୍ର ମତରେ ଭଗବାନ ଶ୍ରୀରାମଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଇଥାଏ ।  ଆଜି  ସକାଳୁ  ଦ୍ୱାରଫିଟା, ସ୍ନାନ, ନୂତନବସ୍ତ୍ର ପରିଧାନ, ତୁଳସି, ଫୁଲ ମାଳ ଲାଗି ପରେ ଆଳତି, ଅବକାଶ, ବାଳଭୋଗ, ଖେଚୁଡି ଭୋଗ କରାଯାଇଥିଲା । ପରେ ପରେ ଜନ୍ମବିଧି ଅନୁଯାୟୀ ହୋମଯଜ୍ଞର ଆୟୋଜନ କରାଯାଇଥିଲା । ମନ୍ଦିର ପୁରୋହିତ ଗୋପିନାଥ ଦାଶ ଓ ପୂଜକ ବଂଶୀଧର ପାଢୀ ପୂଜାକାର୍ଯ୍ୟ ସମାପନ କରିଥିଲେ ।   ମନ୍ଦିର ସୁପରଭାଇଜର  ବିଶ୍ୱନାଥ ମହାପାତ୍ର ଓ ରାମଚନ୍ଦ୍ର ନନ୍ଦ ସହଯୋଗ କରିଥିଲେ ।  ସଂଧ୍ୟାରେ ଶତାଧିକ ଭକ୍ତ ମାନଙ୍କୁ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୧୦/୪/୨୦୨୨--- ୭,୧୦  

 Sakhigopal News, 10/4/2022

Blog Archive

Popular Posts