କୃଷି ବିଜ୍ଞାନ କେନ୍ଦ୍ରର ନିଜସ୍ୱ କାର୍ଯ୍ୟାଳୟ ଉଦଘାଟନ ; ମଡେଲ କୃଷି ବିଜ୍ଞାନ କେନ୍ଦ୍ର ହେବ, କୃଷିମନ୍ତ୍ରୀ
Inauguration of the Agricultural Science Center's own office; The model will be the Center for Agricultural Science, the Minister of Agriculture.
ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ କୃଷି ବିଜ୍ଞାନ କେନ୍ଦ୍ରର ନିଜସ୍ୱ କାର୍ଯ୍ୟାଳୟ ଗୃହ କୃଷିମନ୍ତ୍ରୀ ଡ. ଅରୁଣ ସାହୁ ଓ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ସଭାରେ କୃଷି ମନ୍ତ୍ରୀ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଏଠାରେ ଜ୍ଞାନ ,କୌଶଳ ଚାଷୀ ମାନଙ୍କୁ ପ୍ରଦାନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ଲାଗୁଥିବା ରୋଗପୋକ ସମ୍ବନ୍ଦରେ ଗବେଷଣା କରାଯିବ । ଏହା ସହିତ ରାଜ୍ୟ ସରକାର ୨କୋଟି ୮୦ ଲକ୍ଷ ଟଙ୍କା ବ୍ୟାୟରେ ଏଠାରେ ଏକ ମଡେଲ କୃଷି ବିଜ୍ଞାନ କେନ୍ଦ୍ର କରାଯିବ ବୋଲି କୃଷିମନ୍ତ୍ରୀ କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିସ୍ପତି ଅନୁଯାୟୀ ମହିଳା ମାନଙ୍କୁ ବିଭିନ୍ନ କୃଷି ଯୋଜନାରେ ସାମିଲ କରାଯାଇଛି ।ସେମାନଙ୍କୁ ସବୁଠାରୁ ଅଗ୍ରାଧିକାର ଦିଆଯାଇଛି । ସେହିପରି ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ କହିଥିଷଲ ଯେ ଆଜି ହେଉଛି ରାମନବମୀ ତଥା ପ୍ରଭୁ ଶ୍ରୀରାମଙ୍କ ଜନ୍ମ ଦିବସ । ଆଜିର ଦିନରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିବାରୁ ଶୁଭ ବୋଲି କହିଥିଲେ । ୩୧୬ନଂ ଜାତୀୟ ରାଜପଥ କରରେ ଏହି କେନ୍ଦ୍ର ଥିବାରୁ ଏହାକୁ ମଡେଲ କୃଷି କେନ୍ଦ୍ର କରିବା ପାଇଁ କୃଷି ମନ୍ତ୍ରୀ ଶ୍ରୀ ସାହୁଙ୍କ ପ୍ରଚେଷ୍ଟା ଫଳରେ ମୁମ୍ୟମନ୍ତ୍ରୀ ଏହି ଅର୍ଥ ମଞ୍ଜୁର କରିଛନ୍ତି ବୋଲି କହିଥିଲେ । ସେହିପରି ଓୟୁଏଟିର କୁଳାଧିପତି ଡ. ପବନକୁମାର ଅଗ୍ରୱାଲ ସଭାରେ ଅଧ୍ୟକ୍ଷତା କରିଥିଲେ । ଓୟୁଏଟିର ସମ୍ପସାରଣ ଅଧିକାରୀ ଡ. ପ୍ରସନ୍ନ ଜିତି ମିଶ୍ର ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ପ୍ରାରମ୍ଭିକ ସୁଚନା ପ୍ରଦାନ କରିଥିଲେ । କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଅତିଥି ମାନଙ୍କୁ ଉପଢ଼ୌକନ, ଫୁଲତୋଡା ଓ ଜଗନ୍ନାଥଙ୍କ ଫଟୋଚିତ୍ର ଦେଇ ସମ୍ମାନିତ କରାଯାଇଥିଲା । କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଡ. ସଂଜୟ କୁମାର ମହାନ୍ତି କାର୍ଯ୍ୟକମକୁ ସଂଯୋଜନା କରିଥିଲେ । ଏହି ଅବସରରେ ସେଠାରେ ଏକ ଓଡିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ଭୁବେନଶ୍ୱରଙ୍କ ପକ୍ଷରୁ କୃଷି ମେଳା ଅନୁଷ୍ଠିତ ହୋଇଥିଲା । ବୈଜ୍ଞାନିକ ଡ. ଅମ୍ବିକା ପ୍ରସାଦ ନାୟକ ଓ କୃଷି ବିଜ୍ଞାନ କେନ୍ଦ୍ରର ଅନ୍ୟ ବୈଜ୍ଞାନିକ ଓ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ଉପାଧ୍ୟକ୍ଷା ନିବେଦିତା ପାତ୍ର ଓ ଆତ୍ମର ଅଧ୍ୟକ୍ଷ ରାମଚନ୍ଦ୍ର ମହାନ୍ତିଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ । କୃଷି, ଉଦ୍ୟାନ ଓ ପଶୁ ବିଭାଗର ବିଭିନ୍ନ ପଦାଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତିଙ୍କ ରିପୋର୍ଟ, ୧୦/୪/୨୦୨୨--- ୭,୧୦
Sakhigopal News, 10/4/2022----7,10