ଜନ ସଚେତନତା କାର୍ଯ୍ୟକ୍ରମ 'ନିଶା କୁ ନା
Public Awareness Program 'No Addiction.
ଜଟଣୀ -- ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ ତରଫରୁ ''ନିଶା କୁ ନା" ସଚେତନତା କାର୍ଯ୍ୟକ୍ରମ ଜଟଣୀ ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତର ଦେଉଳବସ୍ତ ଗ୍ରାମସ୍ଥିତ ସେଣ୍ଟ ଜାଭିୟର ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ହରିପୁର ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ଲକ୍ଷ୍ମୀପ୍ରିୟା ପ୍ରଧାନଙ୍କୁ ଟ୍ରଷ୍ଟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରାଉନ ସୁଗାର ଭଳି ଅତ୍ୟନ୍ତ କ୍ଷତିକାରକ ନିଶାରେ ଫଶି ଯାଇଥିବା ଯୁବବର୍ଗଙ୍କ ପାଇଁ ଶ୍ରୀମତୀ ପ୍ରଧାନ ଗଭୀର ଉଦବେଗ ପ୍ରକାଶ କରିବା ସହିତ ହରିପୁର ପଞ୍ଚାୟତର ପ୍ରତ୍ୟେକ ଗ୍ରାମରେ ନିଶା ନିବାରଣ ଅଭିଯାନ ଆରମ୍ଭ କରିବାକୁ ଘୋଷଣା କରିଥିଲେ। ଅସାମାଜିକ ଓ ବିଶୃଙ୍ଖଳିତ କାର୍ଯ୍ୟକୁ ରୋକିବା ନିମନ୍ତେ ଦଣ୍ଡ ବିଧାନ ଥାଇ ଆଇନର ଆବଶ୍ୟକତା ରହିଛି। ମାତ୍ର ଜନସଚେତନତା ଓ ଜନଭାଗିଧାରିତା ନ ରହିଲେ ସମାଜରେ ବିଭିନ୍ନ ପ୍ରକାରର ନିଶାର ପ୍ରବେଶ ଓ କୁପ୍ରଭାବକୁ ପ୍ରତିହତ କରାଯାଇ ପାରିବ ନାହିଁ। ସେଇଥି ପାଇଁ ଆଇନ ଥିବା ସତ୍ତ୍ବେ ସରକାରୀ ଅଧିକାରୀ ଦୁର୍ନୀତିରେ ଲିପ୍ତ ହେଉଛନ୍ତି, ଯୌତୁକ ଜୁଇରେ ମହିଳା ନିର୍ଯ୍ୟାତିତ ହେଉଛନ୍ତି ।ସମାଜରେ ଦେଖା ଦେଇଥିବା ନୈତିକ ଅଧୋଗତିକୁ ପ୍ରତିହତ କରିବାକୁ ହେଲେ ପ୍ରତି ପରିବାରରୁ ସଂସ୍କାର ଶିକ୍ଷା ଆରମ୍ଭ ହେବାର ଆବଶ୍ୟକତା ଅଛି ବୋଲି ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ମତବ୍ୟକ୍ତ କରିଥିଲେ। ଗୃହର ମୁରବି ନିଶାଠାରୁ ଦୂରେଇ ରହିଲେ ଏହା ନିଶାମୁକ୍ତ ପରିବାର ଗଠନ ଲାଗି ମୂଳଦୁଆ ରୂପେ କାର୍ଯ୍ୟ କରିବ ବୋଲି ସମାଜସେବୀ ବିଦୁଲତା ବେହେରା ପ୍ରକାଶ କରି ନିଜ ପରିବାରର ଉଦାହରଣ ଦେଇଥିଲେ। ଡେଲାଙ୍ଗ ବ୍ଲକ ବେରୋବେଇ ସ୍ଥିତ କସ୍ତୁରବା ବାଲବାଡି କେନ୍ଦ୍ର ର ପରିଚାଳିକା କବିତାରାଣୀ ପରିଡା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ନାରୀ ନିର୍ଯ୍ୟାତନା ମୂଳରେ ନିଶାର ଭୂମିକା ଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ନିଶାମୁକ୍ତ ପରିବାର ଗଠନ କରିବା ଦିଗରେ ବିଶେଷ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ରାସ୍ତା ଦୁର୍ଘଟଣା ଯୋଗୁଁ ଓଡିଶାରେ ବର୍ଷକୁ ପ୍ରାୟ ପାଞ୍ଚ ହଜାର ଅମୂଲ୍ୟ ଜୀବନ ହାନି ମୂଳରେ ନିଶାର ପ୍ରମୁଖ ଭୂମିକା ଥିବାର ତଥ୍ୟ ପ୍ରଦାନ କରି ଛତିପୁର ଗ୍ରାମର ସାମାଜିକ କର୍ମୀ ରମେଶ ଚନ୍ଦ୍ର ପ୍ରଧାନ ଜନସଚେତନତା କାର୍ଯ୍ୟକ୍ରମର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ବେଣାପଞ୍ଜରୀ ପଞ୍ଚାୟତର ଶେଖ ହୁସେନ, ବିଜୟ ଶ୍ରୀଚନ୍ଦନ, ବଳଭଦ୍ର ବିଶ୍ୱାଳ, ଧୀରେନ ପ୍ରତିହାରୀ ଗ୍ରାମର ଯୁବକମାନଙ୍କୁ ନେଇ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାର ପ୍ରସ୍ତାବ ସର୍ବ ସମ୍ମତିରେ ଗୃହୀତ ହୋଇଥିଲା। ଅଁଳାଯୋଡି ପଞ୍ଚାୟତର ସୁରେନ୍ଦ୍ର କୁମାର ବେହେରା ଆଗାମୀ କାର୍ଯକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୦/୪/୨୦୨୨----- ୭,୪୦ Sakhigopal News,10/4/2022