Breaking News

ବିଜେଡି ଯୁବନେତା ତଥା ପୂର୍ବତନ ଉପାଧ୍ୟକ୍ଷ ଓ ବ୍ଲକ ଅଧ୍ୟକ୍ଷାଙ୍କ ସ୍ବାମୀ ହିମାଂଶୁ ଶେଖର ବାରିକ ଙ୍କ ପରଲୋକ

   Himanshu Shekhar Barik, husband of BJD youth leader and former vice-president and block president.  
  ଭଞ୍ଜନଗର----  ଗଂଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଳକ ର , ବିଜୁଜନତା ଦଳର ଯୁବନେତା ତଥା ଜଗନ୍ନାଥପ୍ରସାଦ ବ୍ଳକ ର ପୂର୍ବତନ ଉପାଧ୍ୟକ୍ଷ ଏବଂ ବର୍ତ୍ତମାନ ବ୍ଳକ ଅଧ୍ୟକ୍ଷା ଙ୍କ ସ୍ବାମୀ ହିମାଂଶୁ ଶେଖର ବାରିକ ଙ୍କ ପରଲୋକ ହୋଇଯାଇଛି । ତାଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭଞ୍ଜନଗର ମେଡିକାଲ ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କରି ଏଭଳି ଅକାଳ ବିୟୋଗ ଖବର ପାଇ ହଜାର ହଜାର ସଂଖ୍ୟକ ଲୋକ , ମେଡିକାଲ ରେ ପହଞ୍ଚିଥିଲେ । ପରେ ତାଙ୍କ ମରଶରୀରକୁ ନିଜ ଗାଁ , ବରଗାଁ ବାସଭବନ କୁ ନିଆଯାଇଥିଲା । ସେଠାରେ  ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ , କନ୍ଧମାଳ ସାଂସଦ ଙ୍କ ଭଂଜନଗର ବ୍ଳକ ପ୍ରତିନିଧି ଦିବାକର ନାୟକ , ଜଗନ୍ନାଥପ୍ରସାଦ ବ୍ଳକ ପ୍ରତିନିଧି ତଥା ବଡ଼ଭାଇ  ବିପ୍ରଚରଣ ବାରିକ , ବିଜୁଜନତା ଦଳ ର ବହୁ ନେତା , କର୍ମୀ ଓ ସମର୍ଥକ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର କୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ହିମାଂଶୁ ଶେଖର ବାରିକ , ବିଜୁଜନତା ଦଳର ଆଗଧାଡିର ଜଣେ ଯୁବନେତା ,  ସଂଗଠକ ଏବଂ ଲୋକପ୍ରିୟ ବ୍ୟକ୍ତି ଥିଲେ ।  ତିଙ୍କରି  ଅକାଳ ବିୟୋଗ ରେ ସ୍ଥାନୀୟ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧/୪/୨୦୨୨----୮,୪୫ Sakhigopal News,1/4/2022

Blog Archive

Popular Posts