ମା" ଜାଗୁଳାଇଙ୍କ ବାସନ୍ତିକ୍ ଦୂର୍ଗାପୂଜା ଓ ଶୈଳପୁତ୍ରୀ ବେଶରେ ଦର୍ଶନ ଦେଲେ ମା
Mother appeared in the guise of Jagulai's Basantik Durga Puja and Shailaputri.
ଜଟଣୀ---- ଜଟଣୀ ସ୍ଥିତ କୁଦିଆରି ଗ୍ରାମଦେବୀ ମା" ଜାଗୁଳାଇଙ୍କ ବାସନ୍ତି ଦୂର୍ଗାପୂଜା ଓ ନବରାତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି। ଶୁକ୍ରବାର ସକାଳ ୧୦ ଟାରେ ବ୍ରତଧାରି ମାନେ ମାଝଣା ପୋଖରୀରୁ ଜଳ ଉଠାଇ ଗ୍ରାମ ପରିକ୍ରମା କରିବା ସହିତ ମନ୍ଦିରରେ ଘଟ ସ୍ଥାପନ କରିଥିଲେ। ସାଳା ମଣ୍ଡନ, ସୂର୍ଯ୍ୟ ପୂଜା ପରେ ଅଗ୍ନି ଆବାହନ କରାଯାଇ ସନ୍ଧ୍ୟାରେ ମାଙ୍କୁ ପୁନଃ ମହାସ୍ନାନ କରାଯିବା ସହିତ ଶୈଳପୁତ୍ରୀ ଭେଶରେ ସଜ୍ଜିତ କରାଯାଇ ଥିଲା। ଷୋଡ଼ସହସ୍ର ଚଣ୍ଡିପାଠ କରାଯିବା ସହିତ ହୁମ ଯଜ୍ଞ ରାତ୍ର ୧୦ ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନେ ଶୈଳପୁତ୍ରୀ ବେଶ ଦର୍ଶନ କରିଥିଲେ। ଆସନ୍ତାକାଲି ଦ୍ଵିତୀୟ ଦିନରେ ମା ବ୍ରହ୍ମଚାରିଣୀ ଭେଷରେ ଦର୍ଶନ ଦେବେ ବୋଲି ମନ୍ଦିର ମୁଖ୍ୟ ପୂଜକ ଶ୍ରୀ ମନୋରଞ୍ଜନ ପଣ୍ଡା ଜଣାଇଥିଲେ ।ଏହି ଆୟୋଜନ କୁ ପରିଚାଳନା କମିଟିର ସଭାପତି ଶ୍ରୀ ରାଧାମୋହନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚନ୍ଦ୍ର ଶେଖର ପଣ୍ଡା, ସମ୍ପାଦକ ଶ୍ରୀ ଏଲ ଡି ମହାନ୍ତି, କୋଷାଧ୍ୟକ୍ଷ ଅଶୋକ ଦାସ, ସୁନିଲ ମହାନ୍ତି, ବାଉରୀବନ୍ଧୁ ସାହାଣୀ, ସତିଶ ପରିଡ଼ା, ପ୍ରଦୀପ ସୁନ୍ଦରାୟ, ପୂର୍ଣ୍ଣଚନ୍ଦ୍ର ସାହାଣୀ ପ୍ରମୁଖ ସହଯୋଗ କରିଥିବା ବେଳେ ଚିତ୍ରକର ଶ୍ରୀ ବିଜୟ କୁମାର ପଣ୍ଡା ବେଶ କରିଥିଲେ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୪/୨୦୨୨---- ୮,୨୫
Sakhigopal News,1/4/2022