ସତ୍ୟବାଦୀରେ ପଞ୍ଚାୟତ ନିର୍ବାଚନ ପ୍ରାର୍ଥୀ ମାନଙ୍କ କ୍ୟାସ ବୁକରେ ଅବଜର ସ୍ୱାକ୍ଷର କଲେ
In the case of Satyavadi, the Panchayat Election Candidates have signed a petition in the cash register.
ସାକ୍ଷୀଗୋପାଳ ---- ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରାର୍ଥୀ ମାନଙ୍କ ପ୍ରଚାର ପ୍ରସାର ସେତେ ଜମି ଆସୁଛି । ସେହିପରି ପ୍ରଶାସନ ପକ୍ଷରୁ ପଞ୍ଚାୟତ ନିର୍ବାଚନରେ ଅଂଶ ଗ୍ରହଣ କରିଥିବା ପ୍ରାର୍ଥୀ ମାନଙ୍କୁ ନିଜ ନିଜ ନିର୍ବାଚନ ସଂକ୍ରନ୍ତୀୟ ଖର୍ଚ୍ଚର କ୍ୟାସବୁକ ସଠିକ କରିବା ସହ ଆଜି ସତ୍ୟବାଦୀ ବ୍ଳକ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ନିଯୁକ୍ତି ହୋଇଥବା ଅବଜର ରୁଦ୍ର ନାରାୟଣ ଆଚାର୍ଯ୍ୟ ଓ ପୁରୀ ଡିଆରଡିଏର ଏପିଡି ନିତିଶ କୁମାର ଦାଶ ପହଞ୍ଚି ପ୍ରାର୍ଥୀ ମାନଙ୍କ କ୍ୟାସବୁକ ତଦାରଖ କରିଥିଲେ । କାଦୁଆ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପାଇଁ ନିର୍ବାଚନରେ ଲଡୁଥିବା ପ୍ରାର୍ଥୀ ସୁନିଲ କୁମାର ପଣ୍ଡା ସଠିକ ନିଜର ନିର୍ବାଚନ ସଂକ୍ରନ୍ତୀୟ ଖର୍ଚ୍ଚର କ୍ୟାସବୁକ ସହିତ ଭାଉଚର ଅବଜରଙ୍କ ନିକଟରେ ଦାଖଲ କରିଥିଲେ । ଏ ସଂକ୍ରାନ୍ତରେ ୨୮ ତାରିଖ ଦିନ ବ୍ଳକ ନିର୍ବାଚନ ଅଧିକାରୀ ତଥା ବିଡିଓ କ୍ଷୀରୋଦ କୁମାର ବେହେରା ଏକ ପ୍ରଶିକ୍ଷଣ ଦେଇଥିଲେ । ମାତ୍ର ଆଜି ସଠିକ ଭାବେ ହାତଗଣତି କିଛି ପ୍ରାର୍ଥୀ ଆଣିଥିଲେ । କେତେକ ପ୍ରାର୍ଥୀ ଏ ବିସୟରେ କିଛି ଜାଣିନାହାନ୍ତି ବୋଲି କହିଥିଲେ । ଅବଜର ଶ୍ରୀ ଆଚାର୍ଯ୍ୟ କହିଥିଲେ ୧୧ ତାରିକ ଦିନ ସମସ୍ତ ପ୍ରାର୍ଥୀ ମାନେ ନିଜ ନିଜର ନିର୍ବାଚନ ସଂକ୍ରାନ୍ତିୟ କ୍ୟାସବୁକ ସହିତ ଭାଉଚର ସଙ୍ଗରେ ଧରି ଆଣିଥିବେ । ଏହା ଆଗରୁ ବ୍ଳକ ନିର୍ବାଚନ ଅଧିକାରୀ ତଥା ବିଡିଓଙ୍କ ଠାରୁ କ୍ୟାସବୁକରେ ଦସ୍ତଖତ କରାଇବା ସହ ବ୍ଳକର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଅମ୍ରିତ ଗଜେନ୍ଦ୍ରଙ୍କ ଠାରୁ ଦସ୍ତଖତ କରାଇ ନେଇଥିବେ । ବିଭିନ୍ନ ପ୍ରାର୍ଥୀ ମାନେ ନିର୍ବାଚନ ଖର୍ଚ୍ଚ ସମ୍ପର୍କରେ ଅବଜରଙ୍କୁ ପ୍ରଶ୍ନ ପଚାରିଥିଲେ । ବିଶେଷ କରି ଯେଉଁ ମାନେ ଭୋଟକେନ୍ଦ୍ରରେ ଓ ଭୋଟ ଗଣତି କେନ୍ଦ୍ରରେ ରହିବେ ସେହିମାନେ ୨ଟି ଯାକ ଟିକା ନେଇଥିବା ଦରକାର । କୋଭିଡ କଟକଣାକୁ ଯେପରି କୌଣସି ପ୍ରାର୍ଥୀ ଉଲଙ୍ଗନ ନ କରନ୍ତି ସେଥିପ୍ରତି ସଜାଗ ରହିବାକୁ ବ୍ଳକ ନିର୍ବାଚନ ଅଧିକାରୀ ଶ୍ରୀ ବେହେରା କହିଥିଲେ । ପ୍ରାୟ ଆଜି ୪୦ରୁ ୫୦ ଜଣ ପ୍ରାର୍ଥୀ ମାନେ ଯୋଗଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିପିଓ ଦାୟତ୍ୱରେ ଥିବା ସୌଭାଗ୍ୟ କର ଓ ଅତିରିକ୍ତ କମ୍ପୁଟର ପୋଗ୍ରାମ ଅଧିକାରୀ ଦୀନବନ୍ଧୁ ପଣ୍ଡା, ମିଶନଶକ୍ତି ମହାସଂଘର ପରିଚାଳିକା ଶାଶ୍ୱତୀ ଦାଶ ପ୍ରମୁଖ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧/୨/୨୦୨୨--- ୮,୫୫
Sakhigopal News , 1/2/2022