Breaking News

ଗୋପବନ୍ଧୁ ଦରିଦ୍ର ନାରାୟଣ ସେବା ସଂଘର ପୂର୍ବତନ ସମ୍ପାଦକ ଜଗନ୍ନାଥ ରଥଙ୍କ ୪୬ତମ ଶ୍ରଦ୍ଧାଞ୍ଜଳି ସଭା

7th Tribute Meeting of Jagannath Rath, Former Secretary, Gopbandhu Daridra Narayan Seva Sanghar


ସାକ୍ଷୀଗୋପାଳ ----- ସାକ୍ଷୀଗୋପାଳ ସ୍ଥିତ କାଦୁଆ ଆଶ୍ରମ ବା  ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘ ର ପୂର୍ବତନ ସମ୍ପାଦକ ଜଗନ୍ନାଥ ସେବାସଂଘ ପରିସରରେ ଥିବା ସମାଧିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ପ୍ରଦୀପ ପ୍ରଜ୍ୱଳନ କରିଥିଲେ । ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ  ମୁଖ୍ୟ ଅତିଥି ଭାବେ ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ ଯୋଗ ଦେଇ କହିଥିଲେ ବହୁ ଶିଘ୍ର ଏକ ସଭାର ଆୟୋଜନ କରାଯାଇ ଏଥିରେ ସତ୍ୟବାଦୀର  ଯୁବକ, ଯୁବତୀ ଜନପ୍ରତିନିଧି, ବୁଦ୍ଧଜିବୀ, ଗବେଷକ,ଐତିହାସିକ ମାନଙ୍କୁ ସାମିଲ କରାଯିବା ସହ ସେମାନଙ୍କର ମତା ମତ ନେଇ ଏହି ଅନୁଷ୍ଠାନର ଉନ୍ନତି କରଣ କରାଯିବ ବୋଲି ବିଧାୟକ ଶ୍ରୀ ସମାନ୍ତରାୟ କହିଥିଲେ ।  ଏହା ସହିତ  ଏଠାରେ ଡିଙ୍କି କୁଟା ଚୁଡା ଓ ଘଣାପେଷା ଶୋରିଷ ତେଳ ପ୍ରସ୍ତୁତ କରିବା ପାଇଁ ବିଧାୟକ ଶ୍ରୀ ସମାନ୍ତରାୟ ପ୍ରସ୍ତାବ ଦେଇଥିଲେ । ସେହିପରି  ଅନ୍ୟତମ ଅତିଥିଭାବେ ଗୋପବନ୍ଧୁ ଦରିଦ୍ର ନାରାୟଣ ସେବାସଂଘର ସଭାପତି ତଥା ସମାଜର ପ୍ରକାଶକ, ମୁଦ୍ରାକାର ନିରଞ୍ଜନ ରଥ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ସଭାପତିତ୍ୱ କରି କହିଥିଲେ ଏହା ହେଉଛି ଜାତୀୟ ସମ୍ପତି । ଏହାର ଉନ୍ନତି ହେବ କେବଳ ବିଧାୟକ ଶ୍ରୀ ସମାନ୍ତରାୟ ଯଦି ଚାହିବେ ତାହା ସମ୍ବବପର ବୋଲି ଶ୍ରୀ ରଥ କହିଥିଲେ ।  ସେବାସଂଘର ସମ୍ପାଦକ ପ୍ରମୋଦ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ ।  ଅନ୍ୟ ମାନଙ୍କ ମ୍ମରେ ବିଧାୟକଙ୍କ ପ୍ରତିନିଧି ସୁନୀଲ କୁମାର ପଣ୍ଡା, ଗୁଣ୍ଡିଚା ବରାଳ, ଅମର ନନ୍ଦ, ବିଶ୍ୱଜିତି ଶତପଥି, ହୃଷିକେସ ମିଶ୍ର, ପ୍ରଫୁଲ  ଚନ୍ଦ୍ର ମିଶ୍ର, ସୂର୍ଯ୍ୟନାରାୟଣ ଦାଶ, ବନମାଳୀ ଦାଶ, ସମାଜର ସହ ସମ୍ପାଦକ ମମତା ବିଶୋଇ, ଜ୍ଞାନ ରଥ ଙ୍କ ସହିତ ଗୋପବନ୍ଧୁ ଇନିଷ୍ଟଚ ଅଫ ମେଡିକାଲ ଆଣ୍ଡ ରିସର୍ଚ୍ଚର ଛାତ୍ର ଛାତ୍ରୀ ମାନେ ଏଥିରେ ଯୋଗ ଦେଇଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରିଥିଲେ ସାମଜ ଅନୁଷ୍ଠାନ । ସମାଜ ଅନୁଷ୍ଠାନ ପକ୍ଷରୁ  କମ୍ବଳ ଓ ଚୁଡା କିଛି ଲୋକମାନଙ୍କୁ ବଣ୍ଟନ କରାଯାଇଥିଲା ।  ସମାଜ ଅନୁଷ୍ଠାନର ରିଲି‘ଫକମିଟିର ଭବାନୀ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୨---୬,୫୫  

Sakhigopal News, 3/1/2022

Blog Archive

Popular Posts