Breaking News

ସତ୍ୟବାଦୀ ରେ ବ୍ୟାସ ପୂର୍ଣିମାରେ ଗୁରୁପୂଜନ

 
 ସାକ୍ଷୀଗୋପାଳ --- ମହର୍ଷି ବ୍ୟାସଦେବଙ୍କ ପୂଣ୍ୟ ତିଥିରେ ପବିତ୍ର ଗୁରୁପୂର୍ଣିମା ଅବସରରେ ପୁରୀଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ଲୋକକଳା ଗ୍ରାମ ସାରଙ୍ଗଯୋଡି ବାଇଁଶିବାଡି ଗ୍ରାମର ମା କ୍ଷେତ୍ରପାଳୀ ମୃଦଙ୍ଗବାଦ୍ୟନୃତ୍ୟ ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ବାଇଁଶିବାଡିର ପ୍ରଖ୍ୟାତ ମୃଦଙ୍ଗବାଦ୍ୟ ଗୁରୁ, ସଂକୀର୍ତ୍ତନ ଗୁରୁ,ପାଲା ଗୁରୁ, ରାମଲୀଲା ଗୁରୁ,ପରିନାଟ ଗୁରୁ, ନୃତ୍ୟନାଟିକା ଗୁରୁ ଶ୍ରୀ କୁଳମଣି ବିଶ୍ଵାଳଙ୍କ ଗୁରୁପୂଜନ  ଗ୍ରାମର ଆର୍ତ୍ତତ୍ରାଣ ଗାଦିଗୃହ ପୀଠରେ ଅନୁଷ୍ଠିତ ହୋଇଯାଇଛି।ଗୁରୁ ଶ୍ରୀ ବିଶ୍ଵାଳଙ୍କ ନିକଟକୁଲୋକବାଦ୍ୟ(ମୃଦଙ୍ଗ),ଲୋକକଳା, ଲୋକନୃତ୍ୟ ଶିକ୍ଷା ଗ୍ରହଣ କରି କଳା ଜଗତରେ ପ୍ରତିଷ୍ଠା ଅର୍ଜନ କରିଥିବା ଛାତ୍ରମାନେ ପୂର୍ବାହ୍ନରେ ମିଳିତ ହୋଇ ପାରମ୍ପରିକ ରିତୀନିତୀ ଅନୁଯାୟୀ ପୂଜାର୍ଚ୍ଚନା କରିଥିଲେ।ଆର୍ଶୀବଚନ ପ୍ରଦାନ କରି ଗୁରୁଶ୍ରୀ ବିଶ୍ଵାଳ ସମସ୍ତଙ୍କର ମଙ୍ଗଳ ଭବିଷ୍ୟତ କାମନା କରିଥିଲେ।କୈଳାସ ଗୋଟିପୁଅ ନୃତ୍ୟ ପରିଷଦର ସଭାପତି କବି ଶବ୍ଦଭାରତୀ ଦେବଦତ୍ତ ପ୍ରଧାନ ,ସମ୍ପାଦକ କୈଳାସ ଚନ୍ଦ୍ର ବିଶ୍ଵାଳଙ୍କ ସମେତ ଶିଷ୍ୟ ଶ୍ରୀ ସୁଦର୍ଶନ ପରିଡା, ରମେଶ ଚନ୍ଦ୍ର ଦାସ, ଜୟନ୍ତ ବିଶ୍ଵାଳ, ଅଭିମନ୍ୟୁ ନାୟକ, ପୂର୍ଣଚନ୍ଦ୍ର ପ୍ରଧାନ, ଯୁବ ମର୍ଦଳ ବାଦକ ସମୀର କୁମାର ପଲେଇ, ଶିଶୁ ମୃଦଙ୍ଗ ବାଦକ ପ୍ରକାଶ ଓଝା, କୁନି ସଂକୀର୍ତ୍ତନ ଗାୟକ ବାସୁଦେବ ସାହୁ, କୈଳାଶ ଚନ୍ଦ୍ର ଓଝାଙ୍କ ସମେତ ଅନେକ ଶିଷ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।କବିଚନ୍ଦନ ଶ୍ରୀ ପ୍ରଧାନ ଗୁରୁଶିଷ୍ୟ ପରମ୍ପରା ଓ ସମ୍ପର୍କ ଉପରେ ଆଲୋକପାତ କରିଥିବା ସ୍ଥଳେ ଶିଷ୍ୟମାନେ ଗୁରୁଙ୍କୁ ନେଇ ସଂକୀର୍ତ୍ତନ ପରିବେଷଣ କରି ଗ୍ରାମ୍ୟ ପରିକ୍ରମା କରିଥିଲେ।ଅନୁଷ୍ଠାନର ଉପସଭାପତି ତଥା ପଟଶିଷ୍ୟ ଭାସ୍କର ସ୍ଵାଇଁ ଏବଂ ସମ୍ପାଦକ ରମେଶ ଚନ୍ଦ୍ର ପଲେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧୦/୭/୨୦୨୫----୭,୧୦ Sakhigopal News,10/7/2025

Blog Archive

Popular Posts