Breaking News

ଭୀମଭୋଇ ସାମର୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

 Preparation meeting for Bhimvoi Empowerment Camp


ସାକ୍ଷୀଗୋପାଳ---- ସତ୍ୟବାଦୀ ପଞ୍ଚାୟତ ସମିତି ବୈଠକ ସଭାଗୃହ ପରିସରରେ ଭୀମଭୋଇ ସାମର୍ଥ୍ୟ ଶିବିର  ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ବ୍ଳକ ଉନ୍ନୟନ ଗୋଷ୍ଠୀ ଅଧିକାରୀ କ୍ଷୀରୋଦ କୁମାର ବେହେରା ଯୋଗଦେଇ ଏହି ଶିବିରକୁ କିପରି ସଫଳ ହେବ ଉପସ୍ଥିତ ଥିବା ଜନପ୍ରତିନିଧି, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ , ସିଡିପିଓ ଓ ଷ୍ରୀ ନୃସିଂହଦେବ ଆଞ୍ଚଳିକ ଯୁବ ପରିଷଦର ପ୍ରକଳ୍ପ ଅଧିକାରିଣୀ ମୋନାଲିସା ମହାପାତ୍ରଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି କୋଭିଡ ଗାଇଡି ଲାଇନକୁ ମାନି  ସମସ୍ତ କାର୍ଯ୍ୟକ୍ରମ କରାଯିବ ବୋଲି ବିଡିଓ ଶ୍ରୀ ବେହେରା କହିଥିଲେ । ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀ ଲକ୍ଷ୍ମୀ ବେହେରା କାର୍ଯ୍ୟକ୍ରମକୁ ପରିଚାଳାନା କରିଥିଲେ । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୨---୭,୦୦  

 Sakhigopal News, 3/1/2022

Blog Archive

Popular Posts