ଧନୁପାଲି ଶିଶୁ ବିଦ୍ୟାମନ୍ଦିର ପରିସରରେ ଗୁରୁ ପୂର୍ଣ୍ଣିମା ଦିବସ ପାଳିତ
ସମ୍ବଲପୁର,---- ଧନୁପାଲି ଶିଶୁ ବିଦ୍ୟାମନ୍ଦିର ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି l ଉକ୍ତ ଉତ୍ସବରେ ସମ୍ବଲପୁର ଶାଖାର ପ୍ରଚାରକ ସନ୍ତୋଷ ବେହେରା ଭାଇ ଦୀପ ପ୍ରଜ୍ବଳନ କରି ତାଙ୍କ ଅଭିଭାଷଣରେ ଗୁରୁ ପୂର୍ଣ୍ଣିମା ର ମହତ୍ୱ ବିଷୟରେ ମତପ୍ରକାଶ କରିଥିଲେ l ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ବିଭୁ ପ୍ରସାଦ ମହାପାତ୍ର ଅତିଥଙ୍କ ପରିଚୟ ସହ ଆଜି ଦିବସ ର ମୂଲ୍ୟ ବୋଧ ବିଷୟରେ ବିଷଦ ଆଲୋଚନା କରିଥିଲେ l ବିଦ୍ୟାଳୟ ର ସମ୍ପାଦକ ଜୟଶଙ୍କର ପାଢ଼ୀ ଗୁରୁ ପୂର୍ଣ୍ଣିମା ର ବୈଶିଷ୍ଟ୍ୟ ବିଷୟରେ ମାର୍ଗ ଦର୍ଶନ କରିଥିଲେ l ବିଦ୍ୟାଳୟ ର ଜ୍ୟୋତି ମୟୀ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟ ର ସମସ୍ତ ଭାଇ ଭଉଣୀ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ସମ୍ବଲପୁର ରୁ ରାଜାରାମ ଷଡ଼ଙ୍ଗୀ ଙ୍କ ରିପୋର୍ଟ,୧୦/୭/୨୦୨୫ ----୮,୨୫ Sakhigopal News,10/7/2025