ଭାରତୀୟ ଆଜାଦ ମଞ୍ଚପକ୍ଷରୁ ବିଦ୍ୟାଳୟ ସାନିଟାଇଜର ଓ ପାଠ୍ୟଉପକରଣ ବଣ୍ଟନ
Distribution of school sanitizers and textbooks on behalf of the Indian Freedom Forum
ସାକ୍ଷୀଗୋପାଳ ------ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ମଠସାହି ଉଚ୍ଚ ବିଦ୍ୟାଳୟକୁ ଭାରତୀୟ ଆଜାଦ ମଞ୍ଚ ପକ୍ଷରୁ ସାନିଟାଇଜର କରିବା ସହିତ ପିଲାମାନଙ୍କୁ ଖାତା, ପେନ, ପେନସିଲ, ରବର କଟର ଆଦି ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି । ଏହା ସହିତ ପିଳା ମାନଙ୍କୁ କରୋନା ସଚେତନତା କରାଯାଇଥିଲା । ସେହିପରି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶଙ୍କର୍ଷଣ ସୁବୁଦ୍ଧିଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ଅନୁଷ୍ଠାନପକ୍ଷରୁ ସମ୍ମଦ୍ଧିତ କରାଯାଇଥିଲା । ମଞ୍ଚର ରାଜ୍ୟ ସଭାପତି ରାଜକିଶୋର ବେହେରା, ଜିଲ୍ଲା ସଭାପତି ଚନ୍ଦ୍ରକାନ୍ତି ମହାନ୍ତି, ଜିଲ୍ଲା ମହାସଚିବ ରାଜକିଶୋର ବାରିକ, ମହିଳା ମୋର୍ଚ୍ଚାର ସଭାନେତ୍ରୀ ସୁମା ବେହେରା, ସଦର ବ୍ଳକ ସଭାପତି ରାଜ କିଶୋର ସାହୁ, ଡେଲାଙ୍ଗ ବ୍ଳକ ସଭାପତି ମନୋଜ ସୁବୁଦ୍ଧି, ପ୍ରକାଶ, ମାନସ ଓ ପାପୁନିଙ୍କ ସହିତ ମଞ୍ଚର ସଦସ୍ୟସଦସ୍ୟା ମାନେ ଉପସ୍ଥିତ ରହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୧/୨୦୨୨---୬,୫୦
Sakhigopal News , 3/1/2022