ସତ୍ୟବାଦୀରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ସହିତ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ--- ସତ୍ୟବାଦୀ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହେବା ସହ ମତ୍ସ୍ୟ ଚାଷ ପ୍ରଶିକ୍ଷଣ ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାର ଆୟୋଜକ ଜିଲ୍ଲା ମତ୍ସ୍ୟ କାର୍ଯ୍ୟାଳୟ ପୁରୀ ଓ କୃଷି ବିଜ୍ଞାନ କେନ୍ଦ୍ର ସାକ୍ଷୀଗୋପାଳ । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସତ୍ୟବାଦୀର ବିଧାୟକ ଓମ ପ୍ରକାଶ ମିଶ୍ର ଯୋଗ ଦେଇ ତୁଳସୀ ବୃକ୍ଷ ମୂଳରେ ଜଳଦାନ କରିବା ସହ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଡ. ସୂର୍ଯ୍ୟନାରାୟଣ ମିଶ୍ର । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଅଜୟ କୁମାର ବସ୍ତିଆ, କୃଷି ବିଜ୍ଞାନ କେନ୍ଦ୍ରର ମତ୍ସ୍ୟ ବୈଜ୍ଞାନିକ ଡ, ଅମ୍ବିକା ପ୍ରସାଦ ନାୟକ, ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ମଞ୍ଜୁଳା ତ୍ରିପାଠୀ ଓ ସତ୍ୟବାଦୀ ମତ୍ସ୍ୟ ସଂପ୍ରସାରଣ ଅଧିକାରୀଣି ଲିପିଲତା ଖୁଣ୍ଠିଆ ଯୋଗଦେଇଥିଲେ । ସତ୍ୟବାଦୀ ବିଧାୟକ କହିଥିଲେ ରାଜ୍ୟ ସରକାର କୃଷି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ସେଥି ମଧ୍ୟରୁ ବିଶେଷ କରି ମତ୍ସ୍ୟ ଚାଷ ଉପରେ ଗୁରୁତ୍ୱ ଦିଆଯାଇଛି । ବିଭିନ୍ନ ପଞ୍ଚାୟତରେ ଥିବା ପୋଖରୀ ଗୁଡିକକୁ ମହିଳା ଗୋଷ୍ଠୀଙ୍କୁ ଅଗ୍ରାଧିକାର ଭାବରେ ମତ୍ସ୍ୟ ଚାଷ କରିବା ପାଇଁ ସମସ୍ତ ପ୍ରକାରର ସୁବିଧା ସୁଯୋଗ ଦିଆଯାଉଛି । ସେହିପରି ଧାନ, ପରିବା ଚାଷ ସହିତ ମାସଚାଷ କରିବା ପାଇଁ ଯୁବକ ଓ ଚାଷୀ ମାନଙ୍କୁ ବିଧାୟକ ଆହ୍ୱନ ଦେଇଥିଲେ । ସେହିପରି ଅନ୍ୟମାନେ ରାଜ୍ୟ ଓ କେନ୍ଦ୍ର ସରକାର ମତ୍ସ୍ୟ ଚାଷ ପାଇଁ କରିଥିବା ସୁବିଧା ସମ୍ପକେ୍ର୍ ମତ ରଖିଥିଲେ । ଏହି ଅବସରରେ ଚାରିଗୋଟି ସ୍ଳିମରେ ୫ଜଣ ମତ୍ସ୍ୟ ଚାଷୀଙ୍କୁ ସମ୍ମାନୀତ କରାଯାଇଥିଲା । ସାକ୍ଷୀଗୋପାଳ ଠାରେ ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ ହୋଉଥିବା ବେଳେ ଏଠାରେ ଦୁଇଶହ ଚାଷୀଙ୍କୁ ଡକାଯାଇଥିବା ବେଳେ ହାତଗଣତି କେତେକ ଚାଷୀ ଆସିଥିଲେ । ଅଧାରୁ ଅଧିକ ଚେୟାର ଖାଲି ପଡିଥିବାର ଦେଖାଯାଇଥିଲା । ପକୃତ ପକ୍ଷେ ମତ୍ସ୍ୟ ଚାଷୀ ମାନଙ୍କୁ ଡକାଯାଇନଥିବା ଅଭିଯୋଗ ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୦/୭/୨୦୨୫---୭.୧୦ Sakhigopal News , 10/7/2025