Breaking News

ମଦ ନ'ପିଇବାରୁ ମାଡ଼ . ମଧ୍ୟସ୍ଥି ଙ୍କୁ ମରଣାନ୍ତକ ଆକ୍ରମଣ , ଦୁଇ ଗିରଫ

 Beaten for not drinking. Fatal attack on mediator, two arrests. ଭଞ୍ଜନଗର-- ନୂଆ ବର୍ଷ ପାଇଁ ଭୋଜି-ଭାତ ର ଆୟୋଜନ ହେଲା । ମଦ-ମାଂସ ର ଆସର ଜମିଲା । ହେଲେ ତା'ମଧ୍ୟରୁ  କିଛି ଯୁବକ , ମଦ୍ୟପାନ କୁ ନାପସନ୍ଦ କରି ଦୂରେଇ ରହିଲେ । ସେଇଠୁ ଆରମ୍ଭ ହେଲା , "ଜିରୋ ନାଇଟ୍" ଭୋଜିରେ ସାମିଲ୍ ଥିବା ଦୁଇଗୋଷ୍ଠୀ ଯୁବକ ଙ୍କ ମଧ୍ୟରେ ପାଟିତୁଣ୍ଡ ଓ ହାତାହାତି । ଏଭଳି ଘଟଣା ର ସମାଧାନ କରିବାକୁ ସ୍ଥାନୀୟ ଜଣେ ଯୁବକ ମଧ୍ୟସ୍ଥତା କରିଥିଲେ । ମଦ ନିଶାରେ ଉନ୍ମତ୍ତ ଯୁବକ ମାନେ , ଗଣ୍ଡଗୋଳ କରୁଥିବା ଯୁବକଙ୍କୁ ଛାଡି  ମଧ୍ୟସ୍ଥି ସାଜିଥିବା ଯୁବକ ଙ୍କୁ ମରଣାନ୍ତକ ଆକ୍ରମଣ କଲେ । ଏପରିକି ସଂପୃକ୍ତ ଆହତ ଯୁବକଙ୍କୁ , ଫୁଟବଲ୍ ଭଳି ଗୋଇଠା ପରେ ଗୋଇଠା ମାରି ଚାଲିଲେ । କିଛି ସମୟ ପରେ  ଯୁବକ ଜଣକ ଅଚେତ ହୋଇଯିବାରୁ ,  ମୃତ୍ୟୁ ହୋଇଥିବା ଭାବି ଭୋଜିରେ ସାମିଲ ହୋଇଥିବା ସମସ୍ତ ଯୁବକ ଘଟଣା ସ୍ଥଳରୁ ଚାଲିଯାଇଥିଲେ । କିଛି ସମୟ ପରେ ସ୍ଥାନୀୟ କିଛି ଲୋକେ ସେଠାରେ ପହଞ୍ଚି ଆହତ ଯୁବକ କୁ ଉଧାର କରି ନିକଟସ୍ଥ ମେଡିକାଲ ରେ ଭର୍ତି କରିଥିଲେ ।  ମେଡିକାଲରେ ଆହତ ଯୁବକଙ୍କ ଚେତା ଫେରିବା ସହ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହୋଇଥିଲେ । ଏନେଇ ଥାନା ରେ ଅଭିଯୋଗ ପରେ ଦୁଇ ଯୁବକ ଗିରଫ ହେଲେ ଏବଂ ଆଉ ୩ ଅଭିଯୁକ୍ତ ଫେରାର ଅଛନ୍ତି । ଗଂଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ବାଙ୍କତାରା ଗାଁ ରେ ଘଟିଥିଲା ଏଭଳି ଘଟଣା । ମଧ୍ୟସ୍ଥି ସାଜି ଆହତ ହୋଇଥିବା ସେହି ଗାଁ ର ଯୁବକ ସନ୍ତୋଷ ପାଢ଼ୀ । ତାରାସିଂ ଥାନା ରେ ଲିଖିତ ଅଭିଯୋଗ କରିବା ପରେ  ଥାନା କେଶ୍ ନମ୍ବର ୦୨/୨୨ ରେ ଏକ ମାମଲା ରୁଜୁ କରି , ଘଟଣା ର ତଦନ୍ତ କରିଥିଲା ପୋଲିସ । ଆକ୍ରମଣରେ ସଂପୃକ୍ତ ପ୍ରଦୀପ ଗୈାଡ ଓ ନନ୍ଦବାଳା ନାୟକ ଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ତିନି ଜଣ ଅଭିଯୁକ୍ତ ଫେରାର ଥିବା ବେଳେ  ସେମାନଙ୍କୁ ଗିରଫ ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ।ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୩/୨/୨୦୨୨-----୮,୨୦  Sakhigopal News,3/1/2022

Blog Archive

Popular Posts