ସମସ୍ୟାରେ ଜଟଣୀର ଆଦର୍ଶ ବିଦ୍ୟାଳୟ, ସରକାରଙ୍କ ୫ଟିରେ ଅନ୍ତର୍ଭୁକ୍ତ କରିବାକୁ ଦାବି
ଜଟଣୀ---- ସମସ୍ୟାରେ ଜର୍ଜରୀତ ଜଟଣୀର ଆଦର୍ଶ ବିଦ୍ୟାଳୟ । ଜଟଣୀର ଏକ ପ୍ରମୁଖ ସରକାରୀ ବିଦ୍ୟାଳୟ ତଥା ସରକାରଙ୍କ ଆଦର୍ଶ ବିଦ୍ୟାଳୟ ସ୍ଥାନୀୟ ଷଣ୍ଢପୁର ଅଞ୍ଚଳରେ ରହିଛି । ନିର୍ମାଣର ୨ବର୍ଷ ବିତିଯାଇଥିଲେ ମଧ୍ୟ ଏଥିରେ କେତେକ ମୂଖ୍ୟ ସମସ୍ୟା ରହିଛି । ମୂଖ୍ୟତଃ ବିଦ୍ୟାଳୟ ଚତୁପାଶ୍ୱର୍ରେ ପ୍ରାଚେରୀ ନଥିବା ବେଳେ ରାତ୍ର ଜଗୁଆଳି ନାହାନ୍ତି ଏଥି ସହିତ ଶିକ୍ଷାଦାନ ଦେବାଲାଗି ଆବଶ୍ୟକ ଶିକ୍ଷକ ନାହାନ୍ତି । ସୁଚନାନୁସାରେ, ଜଟଣୀ ଷଣ୍ଢପୁର ଅଂଚଳରେ ୧୦ଏକର ପରିମିତିରେ ୨୦୨୦-୨୧ ଶିକ୍ଷାବର୍ଷରେ ଆଦର୍ଶ ବିଦ୍ୟାଳୟଟି ଖୋଲାଯାଇଛି । ଏଥିରେ ଷଷ୍ଠଶ୍ରେଣୀଠାରୁ ଆରମ୍ଭ କରାଯାଇଥିବା ବେଳେ ୨୦୨୧-୨୨ ଶିକ୍ଷାବର୍ଷରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତପାଠ୍ୟକ୍ରମ ଖୋଲାଯିବାର ବ୍ୟବସ୍ଥା କରାଯାଇଛି । ଏନେଇ ବିଦ୍ୟାଳୟରେ ନାମଲେଖା ପାଇଁ ଆବେଦନ ଫର୍ମ ଗ୍ରହଣ କରାଯାଉଛି । ଏହା ଅନଲାଇନ ଓ ଅଫଲାଇନ ମାଧ୍ୟମରେ ଚଳିତମାସ ୧୯ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯିବ । ଆସନ୍ତା ମାସ ତଥା ଫେବୃୟାରୀ ୧୮ ତାରିଖରେ ପ୍ରବଶିକା ପରୀକ୍ଷା କରାଯିବ ବୋଲି ବିଦ୍ୟାଳୟ ପକ୍ଷରୁ କୁହାଯାଇଛି । ବର୍ତମାନ ଉକ୍ତ ବିଦ୍ୟାଳୟରେ ଷଷ୍ଠଶ୍ରେଣୀଲାଗି ୮୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସିଟ ରହିଥିବା ବେଳେ ସେଥିରେ ୭୯ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ସପ୍ତମରେ ୮୦ଛାତ୍ରଛାତ୍ରୀଙ୍କ ଲାଗି ସିଟ ସଂରକ୍ଷଣ ରହିଥିବା ବେଳେ ମାତ୍ର ୫୩ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏଥିରେ ସପ୍ତମ ଶ୍ରେଣୀରୁ ଉତିନ୍ନ ୫୩ଜଣ ଛାତ୍ରଛାତ୍ରୀ ଅଷ୍ଟମ ଶ୍ରେଣୀରେ ଉପସ୍ଥାପିତ ହେବାପରେ ବଳକା ୨୭ଜଣ ଛାତ୍ରଛାତ୍ରୀଙ୍କ ଲାଗି ଆବେଦନ ଆରମ୍ଭ କରାଯାଇଛି । ତେବେ ପାଠ୍ୟକ୍ରମରେ ଉନ୍ନତି ପରିଲକ୍ଷିତ ହେଉଥିବା ବେଳେ ସେହି ସ୍ୱମନ୍ୱୟରେ ଭିତିଭୂମି ଓ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥା ବିଦ୍ୟାଳୟରେ ନାହିଁ । ଅଷ୍ଟମ ଶ୍ରେଣୀଲାଗି ଓଡିଆ, ହିନ୍ଧୀ, ସଂସ୍କୃତ,ଇଂରାଜୀ,ସାମାଜିକ ବିଜ୍ଞାନ, ଗଣିତ, କମ୍ପ୍ୟୁଟର ଓ ବିଜ୍ଞାନ ଇତ୍ୟାଦି ପାଠ୍ୟକ୍ରମର ବ୍ୟବସ୍ଥା ରହିଥିବା ବେଳେ ଏଥିରେ ହିନ୍ଧୀ, ସଂସ୍କୃତ.କମ୍ପ୍ୟୁଟର, କଳା,କ୍ରିଡା ଓ ସଂଗୀତ ପ୍ରଭୃତି ଶିକ୍ଷକ ପଦବୀ ଖାଲି ପଡିଛି । ମାତ୍ର ୫ଜଣ ଶିକ୍ଷକଙ୍କୁ ନେଇ ବିଦ୍ୟାଳୟ ଚାଲିଛି । ତେଣୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ବ୍ୟତିକ୍ରମ ହେଉଛି ବୋଲି ଅଭିଭାବକମାନେ କହିଛନ୍ତି । ଟିଣ ଚାଦର ସାହାଯ୍ୟରେ ବିଦ୍ୟାଳୟ ଚତୁପାଶ୍ୱର୍କୁ ଆବଦ୍ଧ କରାଯାଇଛି । ରକ୍ଷଣାବେକ୍ଷଣ ଅଭାବରୁ ବିଦ୍ୟାଳୟ ପରିସର ଅନାବନା ଗଛଲଟାରେ ପରିପୁର୍ଣ୍ଣ ହୋଇଗଲାଣି । ସେହିପରି ସରକାରଙ୍କ ଏହି ଆଦର୍ଶ ବିଦ୍ୟାଳୟରେ ରାତ୍ର ଜଗୁଆଳି ନଥିବାରୁ ରାତିରେ ବିଦ୍ୟାଳୟ ହତା ମଧ୍ୟରେ ଅସାମାଜିକ ଯୁବକମାନଙ୍କ ଆଡା ଜମୁଛି । ସିଗାରେଟ ଖୋଳ, ମଦବୋତଲ,ପାଣିପାଉଚ ଇତ୍ୟାଦି ବିଦ୍ୟାଳୟ ପରିସରରୁ ଶିକ୍ଷକମାନେ ପ୍ରତିଦିନ କାଡୁଛନ୍ତି । ଖେଳପଡିଆ ନଥିବା ବେଳେ ଆଦର୍ଶ ବିଦ୍ୟାଳୟରେ ବ୍ୟବସ୍ଥାନୁସାରେ ହଷ୍ଟେଲ ନାହିଁ । ତେଣୁ କାର୍ଯ୍ୟରତ ଶିକ୍ଷକମାନେ ବିଦ୍ୟାଳୟ କାର୍ଯ୍ୟ ସାରିବାପରେ ବିଭିନ୍ନ କାର୍ଯ୍ୟାଳୟ, ଅନୁଷ୍ଠାନ ଓ ଅଭିଭାବକମାନଙ୍କ ସହିତ ସାକ୍ଷାତ କରି ଲିଫଲେଟ ବାଂଟି ବିଦ୍ୟାଳୟରେ ସେମାନଙ୍କ ଛାତ୍ରଛାତ୍ରୀମାନଙ୍କୁ ଉକ୍ତ ବିଦ୍ୟାଳୟରେ ନାମଲେଖାଇବାକୁ କହୁଥିବା ଦେଖିବାକୁ ମିଳିଛି । ଶିକ୍ଷକମାନଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି । ଅନ୍ୟପକ୍ଷରେ ସରକାରଙ୍କ ଏହି ଆଦର୍ଶ ବିଦ୍ୟାଳୟକୁ ସରକାରଙ୍କ ଶିକ୍ଷାର ଉନ୍ନତିକରଣଲାଗି ପ୍ରମୁଖ ବ୍ୟବସ୍ଥା ୫ଟିରେ ସାମିଲ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୬/୧/୨୦୨୨--- ୪,୨୫
Sakhigopal News , 16/1/2021