Breaking News

ଦେଶଭଟଲି ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ସାଲନା ୫ଟି ସାମିଲ; ଶିଳାନ୍ୟାସ ଉତ୍ସବ

Deshbhatli Panchayat Government High School Salna includes 5; The foundation stone ceremony
 ବରଗଡ଼---- ବରଗଡ ଜିଲ୍ଲା ଭେଡେନ ବ୍ଲକ ଦେଶଭଟଲି ପଞ୍ଚାୟତର ସରକାରୀ ଉଚ୍ଚ ବିଦ୍ୟାଳୟ ସାଲନା ୫ଟିରେ ସାମିଲ ହୋଇଛି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଏକ  ଶିଳାନ୍ୟାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂଯୋଜନା କରିଥିଲେ ବିଦ୍ୟାଳୟର ଶିକ୍ଷକ ଶଶାଙ୍କ ଶେଖର ପୁରୋହିତ । ସଭାପତିତ୍ବ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଧେଶ୍ଯାମ ସାହୁ । ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜୁ ଜନତା ଦଳର ମହିଳା ସଭାନେତ୍ରୀ ତଥା ଅତାବିରା ବିଧାୟିକା ସ୍ନେହାଗିଂନୀ ଛୁରିଆ ଯୋଗ ଦେଇ  ଶିଳାନ୍ୟାସ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବେ ଭେଡେନ ବ୍ଲକ ଅଧ୍ୟକ୍ଷ ଡ଼ୋଲାମଣୀ କ୍ଷେତି, ଦେଶଭଟଲି ପଞ୍ଚାୟତର ସରପଞ୍ଚ ଶର୍ମିଷ୍ଠା ସାହୁ, ସଂକ୍ରିଡା ସରପଞ୍ଚ ଶୁସାନ୍ତ କୁମାର ସାହୁ, ଜିଲ୍ଲା ପରିଷଦ ସଭ୍ଯ ସୁବାସ ହୋତା, ବ୍ଲକ ବିଜେଡି ସଭାପତି ହରିଶଙ୍କର ବେହେରା, ସଂକ୍ରିଡା ପୂର୍ବତନ ପେକ୍ସ ସଭାପତି ସତ୍ୟଜିତ ପୁରୋହିତ, ରାଜ୍ୟ ଆତ୍ମା କମିଟି ସଦସ୍ୟ ଗଣେଷ କର୍ଣ୍ଣ ପ୍ରମୁଖ ଯୋଗ ଦେଇଥିଲେ। ଏହି ସମୟରେ ସରକାରୀ ଉଚ୍ଚ ବିଦ୍ୟାଳୟ ସାଲନା ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଂଚଳର ବହୁ ବହୁମାନ୍ୟଗଣ୍ୟ ବ୍ୟକ୍ତି ଜନସାଧାରଣ ଉପସ୍ଥିତ ରହି ଥିଲେ । ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୪/୧/୨୦୨୨ ---୭,୦୦ 
Sakhigopal News,4/1/2022 

Blog Archive

Popular Posts