Breaking News

ସତ୍ୟବାଦୀର ଶିକ୍ଷକ, ଶିକ୍ଷୟତ୍ରୀ. ସମାଜସେବୀ, ଛାତ୍ରୀ ନିଖିଳଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ସମ୍ମାନୀତ ହେଲେ

The teacher of truth, the teacher. A social worker, the student was honored at the All India Freedom Fighters' Festival

 ସାକ୍ଷୀଗୋପାଳ ------ ସତ୍ୟବାଦୀର  ଶିକ୍ଷକ, ଶିକ୍ଷୟତ୍ରୀ, ଛାତ୍ରୀ ,ଲେଖକ, ଲେଖିକା, ସମାଜସେବୀ ମାନେନିଖିଳ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବରେ ବିଭିନ୍ନ ପଦ ପଦବୀରେ ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।= ସେମାନଙ୍କ ମଧ୍ୟରେ ଶିକ୍ଷକ ପ୍ରହଲ୍ଲାଦ ଦାଶଙ୍କୁ ଶିକ୍ଷକ ଗୌରବ, ଇଂ ଦୀପକରଞ୍ଜନ ଦାଶଙ୍କୁ ମହତାବ ପଦବୀରେ ସମ୍ମାନ, ଆଇନଜୀବୀ ବିମଳେନ୍ଦୁ ଦାଶଙ୍କୁ ମଧୁବାରିଷ୍ଠର ସମ୍ମାନ, ସମାଜସେବି ତଥା ସାମ୍ବାଦିକ ଭରତ ରାଉତଙ୍କୁ ସମ୍ବାଦ କେଶରୀରେ  ସମ୍ମାନ, ଶିକ୍ଷୟତ୍ରୀ ବିଖାଖା ଦେବୀଙ୍କୁ ଜ୍ଞାନରତ୍ନ ସମ୍ମାନ, ଅନୁସୟା ମିଶ୍ରଙ୍କୁ ବିଦ୍ୟାରତ୍ନ ସମ୍ମାନ, ଶିଳ୍ପି ବୈକୁଣ୍ଠ ନାଥ ପଟ୍ଟନାୟକଙ୍କୁ ନୀଳାଚଳ ଗୌରବରେ ସମ୍ମାନ, ବକୁଳବନ ମହୋତ୍ସବ କମିଟିର ସଭାପତି ତଥା ସମାଜସେବୀ ସାଧୁଚରଣ ବେହେରାଙ୍କୁ ମହତାବ ସମ୍ମାନରେ ସମ୍ମ୍‌ାନୀତ କରାଯାଇଥିଲା । ସେହିପରି    ସତ୍ୟବାଦୀ  ବ୍ଳକର ଓଡିଶା ଆଦର୍ଶ  ବିଦ୍ୟାଳୟର ୭ମ ଶ୍ରେଶୀର ଛାତ୍ରୀ ସ୍ନେହଶ୍ରଦ୍ଧା ପ୍ରଧାନ ଡ. ହରେକୃଷ୍ଣ ମହାତାବଙ୍କ ଜୀବନି ଉପରେ ବକ୍ତବ୍ୟ ପ୍ରଦାନ କରି ସମ୍ମାନୀତ ହୋଇଛନ୍ତି । ସେ କୃପାନିଧି ପ୍ରଧାନଙ୍କ ଝିଅ ତାଙ୍କ ଘର ସତ୍ୟବାଦୀର ହିରଣପଡା ଗ୍ରାମରେ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ  ପଦକ ସହିତ ମାନପତ୍ର ଗ୍ରହଣ କରିଥିଲେ ଛାତ୍ରୀ । ଅନ୍ୟ ଅତିଥି ମାନଙ୍କ ମ୍ମରେ  ସାଂସଦ ପ୍ରସନ୍ନ ଆଚାର୍ଯ୍ୟ , ପିସିସି ଜୟଦେବ ଜେନା, ସାଂସଦ ଭତ୍ତହରି ମହତାବ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୪/୧/୨୦୨୨----୮.୫୫  

 Sakhigopal News, 4/1/2022

Blog Archive

Popular Posts